କଟକ ବ୍ୟୁରୋ: ଡିସେମ୍ବରରେ ଗାଏବ ହୋଇଯାଇଛି ଶୀତ । ତାପମାତ୍ରା ଖସୁ ନଥିବାରୁ କୁହୁଡି ପାଇଁ ସହାୟକ ହୋଇଛି । ଘନ କୁହୁଡିରେ ଛାଇ ଯାଇଛି ବଲାଙ୍ଗୀର ସହର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବ । ବଲାଙ୍ଗୀର ସମେତ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବଲାଙ୍ଗୀରରେ ଆଜି ସକାଳୁ ପ୍ରବଳ କୁହୁଡି ପଡିଛି । ଚାରିଆଡେ ଛାଇ ରହିଛି ଧଳା ଆସ୍ତରଣ । କୁହୁଡିର ଘନତା ଏତେ ଅଧିକ ରହିଛି ଯେ, ମୁହଁକୁ ମୁହଁ ଦେଖାଯାଉ ନାହିଁ । ଗାଡି ଚାଳକ ହେଡଲାଇଟ ଲଗାଇ ଯାତାୟତ କରୁଛନ୍ତି । ସେପଟେ ପାଣିବାଗ ବିଭାଗର ଆକଳନ ଯେ, ଆଗାମୀ ୩ଦିନ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ ।