ଏଣିକି ହ୍ୟାକର୍ସ ହ୍ୟାକ କରିପାରିବେନି ୟୁଜର୍ସଙ୍କ ଡାଟା ! ଗୁଗୁଲ ଆଣିଛି “ଟାଇଟନ ସିକ୍ୟୁରିଟି” ବ୍ୟବସ୍ଥା, ଜାଣନ୍ତୁ ଏହାର ଉପକାରିତା ଏବଂ ମୂଲ୍ୟ ।

31

ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ନିଜ ୟୁଜର୍ସ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷପ ମାନ ଗ୍ରହଣ କରିଥାଏ । ଅନଲାଇନ ଏପରି ଏକ ମାର୍ଗ ଯେଉଁଠି ୟୁଜର୍ସମାନଙ୍କ ଡାଟା ଚୋରି ହେବାର ଅନେକ ଆଶଂକା ଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ୟୁଜର୍ସ ମାନଙ୍କ ପାଇଁ ଏକ ନୂତନ ସୁବାଧା ଉପଲବ୍ଧ କରାଇବାକୁ ଯାଉଛି ।

ମିଳିଥିବା ଖବର ଅନୁଯାୟୀ, ଗୁଗୁଲ ୟୁଜର୍ସ ମାନଙ୍କ ପାଇଁ “ଟାଇଟନ ସିକ୍ୟୁରିଟି”ର ବ୍ୟବସ୍ଥା କରାଇବାକୁ ଯାଉଛି । ଏହି ସୁରକ୍ଷା ବ୍ୟବସ୍ଥା ୟୁଜର୍ସ ମନଙ୍କ ଡାଟାକୁ ସୁରକ୍ଷିତ ରଖିବା ସହ ହ୍ୟାକିଂ ଏବଂ ଫିସିଙ୍ଗ ଭଳି ଠକାମିରୁ ରକ୍ଷା କରିବ । ଯଦିଓ କମ୍ପାନୀ ଏହି ଟାଇଟନ ସିକ୍ୟୁରିଟିକୁ ସମ୍ପୁର୍ଣ୍ଣ ଭାବେ ବିକଶିତ କରିଦେଇଛି କିନ୍ତୁ କମ୍ପାନୀ ଏବେ ଏହାକୁ ୟୁଜର୍ସ ମାନଙ୍କୁ ବ୍ୟବହାର କରିବା ପାଇଁ ବଜାରକୁ ଲଞ୍ଚ କରିନାହିଁ । ଏବେ କମ୍ପାନୀ ନିଜର କର୍ମଚାରୀ ମାନଙ୍କ ମଧ୍ୟରେ ଏହି ଚାବିକୁ ବ୍ୟବହାର କରି ଏହାର ଯାଞ୍ଚ କରୁଛି । କମ୍ପାନୀ ଏହା ମଧ୍ୟ କହିଛି ୨୦୧୭ ମସିହା ଠାରୁ ଆରମ୍ଭ କରି ଏବେ ଯାଏ କମ୍ପାନୀର ୮୫ ହଜାର କର୍ମଚାରୀ ଏହି ଚାବିକୁ ବ୍ୟବହାର କରୁଛନ୍ତି । ସେଥି ମଧ୍ୟରୁ କୌଣସି ୟୁଜର୍ସଙ୍କ ଡାଟା ଏଯାଏ ଚୋରି ହେବାର ଲକ୍ଷ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ କି, ଏହି ସୁରକ୍ଷା ଚାବି ଦେଖିବାକୁ ପେନଡ୍ରାଇଭ କିମ୍ବା ବ୍ଲୁଟୁଥ ଆକାରରେ ବଜାରକୁ ଆସିବ । କମ୍ପାନୀ ଖୁବ ଶିଘ୍ର ଏହାକୁ ଅନଲାଇନରେ ବିକ୍ରି କରିବାର ବ୍ୟବସ୍ଥା କରୁଛି । ଏହାର ମୂଲ୍ୟ ୨୦-୨୫ ଡଲାର ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।