ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ଆର୍ମି ! କହିଲେ ଯେକୌଣସି ବି ପରିସ୍ଥିତି ଆସୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ।

31

ପାକିସ୍ତାନ ଭାରତ ସୀମା ମଧ୍ୟକୁ ପସି ସିଜ ଫାଏରିଂକୁ ଉଲଙ୍ଘନ କରି ଅନେକ ଭାରତୀୟ ସୈନ୍ୟଙ୍କ ଉପରକୁ ଗୁଳିମାଡ କରିଛି । ଅନେକ ଭାରତୀୟ ଯବାନ ମଧ୍ୟ ଏହି ଗୁଳି କାଣ୍ଡରେ ସହିଦ ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଉତ୍ତର ସୀମାର କମାଣ୍ଡୋ ଲେକ୍ଟିନେଟ ଜନରଲ ରଣବିର ସିଂହ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଏବେ ଭାରତ ସୀମା ଉପରେ କୌଣସି ପ୍ରକାର ଆଇନି ବିରୋଧି କାର୍ଯ୍ୟକ୍ରମକୁ ବରଦାସ୍ତ କରାଯିବ ନାହିଁ ।

କମାଣ୍ଡୋ ଲେକ୍ଟିନେଟ ଜନରଲ ରଣବିର ସିଂହ ଆଜି କାରଗିଲ ଦିବସରେ ସେନାକୁ ସମ୍ବୋଧିତ କରି ପାକିସ୍ତାନକୁ ଏପରି ଚେତାବନୀ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ଲୋକଙ୍କୁ ଏହା ନିର୍ଣ୍ଣୟ କରିବାର ଥିଲା କି ସେମାନେ କାହା ପାଇଁ ମତଦାନ କରିବେ । କିନ୍ତୁ ଆମେ ଆମ ଦେଶ ବାସିଙ୍କୁ ଏହା ବିଶ୍ୱାସ ଦେଇପାରିବୁ କି ଆମେ ସୀମା ଉପରେ ରହି କୌଣସିବି ପରିସ୍ଥିତିର ମୁକାବିଲା କରି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବୁ । ୧୯୯୯ ମସିହା କାରଗିଲ ଯୁଦ୍ଧ ପରେ ରାଜନୈତିକ ପରିସ୍ଥିତି ବଦଳିଯାଇଛି । ଆଜି ଦିନରେ ଅର୍ଥାତ ୧୯୯୯ରେ ଭାରତରେ କାରଗିଲ ଯୁଦ୍ଧରେ ବିଜୟ ପ୍ରାପ୍ତ କରିଥିଲା । ଯୁଦ୍ଧରେ ଅନେକ ଯବାନ ସହିଦ ହୋଇଥିଲେ । ତେଣୁ ଆଜି କାରଗିଲ ଦିବସରେ ସହିଦ ଯବାନ ମାନଙ୍କୁ ସ୍ରଦ୍ଧାଞ୍ଜଳି ଦେଇ କମାଣ୍ଡୋ ଲେକ୍ଟିନେଟ ଜନରଲ ରଣବିର ସିଂହ ପାକିସ୍ତାନକୁ ଏପରି ଏକ ଚେତାବନୀ ଦେଇଛନ୍ତି ।