ଝିଅର ଜନ୍ମଦିନ କେକ୍ ବିଲ୍ ଦେବାବେଳେ ଦୋକାନୀ କହିଲା ଟଙ୍କା ଦିଆସରିଛି ! ହେଲେ କିଏ ଭରିଲା ଏହି ଅର୍ଥ , ଆଶ୍ଚର୍ଯ୍ୟ ହେଲେ ମହିଳା
ବେଳେବେଳେ ଏମିତି ଘଟଣା ନଜରକୁ ଆସିଥାଏ କି କିଛି ଲୋକ ନିଜର କିଛି ସ୍ମୃତିକୁ ଉଦଜୀବିତ ରଖିବାକୁ ଭିନ୍ନ ତରିକା ଆପଣେଇଥାନ୍ତି । ଆଉ ଏହା ଅନ୍ୟମାନଙ୍କୁ ଖୁବ୍ ଆକର୍ଷିତ କରିଥାଏ । ଏମିତି ଏକ ଖବର ଏବେ ଏନଡି ଟିଭିରେ ପ୍ରକାଶିତ ହୋଇଛି । ଯାହାକୁ ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
So today is my sisters birthday and when we went to pick up her cake someone had already paid for it. It was left with this card… my family was speechless and we just want to say thank you to McKenna’s mom and wish McKenna a Happy Birthday. There’s still good in this world 🙏🏼 pic.twitter.com/ev3IeQKu6q
— Kyle Jauregui (@Shhwaggy_T) December 27, 2017
ଆମେରିକାରେ ଘଟିଥିବା ଏହି ଖବରଟି ଏରିଜୋନା ସହରରା କାଇଲ୍ ଜୋରେଗୁ ଓ ତାଙ୍କ ପରିବାର ଏକ ବେକରୀ ସପ୍ ରେ ପହଁଚିଥିଲେ । ଝିଅ ମେଡିସନ ପାଇଁ ଜନ୍ମଦିନ କେକ୍ ଆଣିବାକୁ ସେହି ସପ୍ କୁ ଆଣିବାକୁ ଯାଇଥିଲେ । ସେଠାରେ ଯାହା ଘଟିିଲା ଏହାକୁ ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ ଝିଅର ବାର୍ଥଡେ କେକ୍ ର ବିଲ୍ ଆଉ କିଏ ଅଜଣା ଲୋକ ଭରିଦେଇଥିଲେ । ଏହାକୁ ଶୁଣି ମା’ ଚିନ୍ତାରେ ପଡିଗଲେ । କେକେ୍ ସହ ଏକ ଚିଠି ମଧ୍ୟ ମିଳିଥିଲା । ଯାହାକୁ ପଢି ସେହି ମା’ ଜଣକର ଆଖିରେ ଲୁହ ଆସିଗଲା । ସେହି ଚିଠି ଜଣେ ଏମିତି ମା’ର ଥିଲା, ଯିଏ ନିଜର ଝିଅକୁ ହରାଇଦେଇଥିଲେ । ଯାହାଙ୍କ ନାମ ଥିଲା ମେକେନା । ମେକେନାଙ୍କର ୧୦ତମ ଜନ୍ମଦିନରେ ସେ କାଇଲଙ୍କର ଝିଅର ଜନ୍ମଦିନର ବିଲ୍ ଦେଇଥିଲେ । ନୋଟ୍ ରେ ଲେଖାଥିଲା –‘ପ୍ରତିବର୍ଷ ମୁଁ ଏମିତି କାମ କରୁଛି, କାରଣ ମୁଁ ନିଜର ଝିଅ ପାଇଁ କେକ୍ ନେଇପାରିବି ନାହିାଁ ’
କାଇଲ୍ ଯେତେବେଳେ ଏହି ଷ୍ଟୋରୀ ଟ୍ୱିଟରରେ ଶେୟାର କରିଥିଲେ କିଛି ମିନିଟରେ ଏହା ୨ଲକ୍ଷ ୟୁଜରଙ୍କ ଲାଇକ୍ ମିଳିଥିଲା । ଏବଂ ୬୦ ହଜାର ଲୋକ ଶେୟାର କରିଛନ୍ତି । ABC News ମୁତାବିକ୍ କାଇଲଙ୍କର ଏହି ଟ୍ୱିଟ୍ ଆସ୍ଲେ ଆଣ୍ଟିଙ୍କ ପାଇଁ ଥିଲା । ଯିଏ ନିଜର ଝିଅ ମେକେନାଙ୍କୁ ୨୦୦୮ରେ ହରାଇଦେଇଥିଲେ । ୨୦୧୦ରୁ ଆସ୍ଲେ ଏମିତି ଅଜଣା ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ( ୨୭ ଜାନୁୟାରୀ)ରେ କେକ୍ ର ବିଲ୍ ଭରିଥାନ୍ତି ।BuzzFeed News ଅନୁସାରେ , କାଇଲଙ୍କର କହିବା ହେଲା-‘ମୁଁ ତାଙ୍କ ଉପରେ ପୁରା ଆକର୍ଷିତ ହୋଇଯାଇଛି । ଏମିତି କିଏ ଏତେ ଦୟାଳୁ ହୋଇପାରିବ । ମୋର ଝିଅ ମେଡିନକୁ ଏହା ବହୁତ ଭଲ ଲାଗିଛି । ’
( ସୌଜନ୍ୟ- ଏନଡି ଟିଭି)