ଖାଦ୍ୟ ଖାଇବା ଯୋଗ୍ୟ କି ନୁହେଁ, ଏହି ଶସ୍ତା ଡିଭାଇସ୍ ଦ୍ୱାରା ସହଜରେ ଜଣାପଡିଯିବ

109

ମଧ୍ୟପ୍ରଦେଶର ଖରଗୋନ୍ ନିବାସୀ ଓ ଆଇଆଇଟି ପଟନାରୁ କେମିକାଲ ଇଂଜିନିୟରିଙ୍ଗରେ ବି-ଟେକ୍ କରୁଥିବା ୨୩ ବର୍ଷୀୟ ମୟଙ୍କ ତିୱାରୀ ସ୍ୱଦେଶୀ ଫୁଡ୍ ପଏଜନିଙ୍ଗ ଡିଟେକ୍ସନ୍ ବାୟୋ ସେନ୍ସର ବିକସିତ କରିବାରେ ସଫଳତା ପାଇଛନ୍ତି । ଶସ୍ତା ଓ ଦୀର୍ଘସ୍ଥାୟୀ ସେନ୍ସର କୌଣସି ବି ଖାଦ୍ୟରେ ଥିବା ବ୍ୟାକ୍ଟେରିଆ ଓ ଅନ୍ୟ କ୍ଷତିକାରକ ତତ୍ୱର ଉପସ୍ଥିତିର ସଂକେତ ଦେବ ।

ବର୍ତ୍ତମାନ ବାଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ସାଇନ୍ସ ସେଣ୍ଟରରେ ପ୍ରୋଜେକ୍ଟ ଆସିଣ୍ଟାଣ୍ଟ ଭାବେ ଗବେଷଣା କରୁଥିବା ମୟଙ୍କ ଅନ୍ୟ ଗବେଷଣାକାରୀ ସୋନମ କୁମାରୀ ସହିତ ମିଶି ଡିଭାଇସ୍ ବିକସିତ କରିଛନ୍ତି । ମଧ୍ୟବିତ୍ତ ପରିବାରରୁ ଆସିଥିବା ମୟଙ୍କ କୁହନ୍ତି, ତାଙ୍କ ଅଂଚଳରେ ଏକ ସମାରୋହରେ ଦୂଷିତ ଭୋଜନ କାରଣରୁ ଘଟିଥିବା ଏକ ଦୁଃଖଦ ଘଟଣା ତାଙ୍କୁ ଏହି ଗବେଷଣା ପାଇଁ ପ୍ରେରଣା ଦେଇଥିଲା । ସେହି ସମାରୋହରେ ଫୁଡ୍ ପଏଜନିଙ୍ଗ ଶହ ଶହ ଲୋକଙ୍କୁ ହସପିଟାଲ ପହଂଚାଇଦେଇଥିଲା । ଯାହା ମୟଙ୍କ ଙ୍କ ଉପରେ ଗଭୀର ଆଘାତ ପହଂଚାଇଥିଲା । ଯଦ୍ୱାରା ସେ ଏମିତି ଏକ ଜିନିଷର ଉଦ୍ଭାବନ ପାଇଁ ଗବେଷଣା କଲେ ଯାହା ଖାଦ୍ୟ ଉପରେ ପକାଇଲେ ହି ଜଣାପଡିଯିବ କି ଖାଦ୍ୟ ଖାଇବା ଯୋଗ୍ୟ କି ନୁହେଁ । ଗୋଟିଏ ବର୍ଷ ପର୍ଯ୍ୟନ୍ତ ଗବେଷଣା କଲେ ଓ ବାୟୋ ସେନ୍ସର ନିର୍ମାଣ କରିବାରେ ସଫଳ ହେଲେ ।

ସୂଚନାଯୋଗ୍ୟ, ଏହି ସେନ୍ସରରେ ଏକ ବିଶେଷ ଚିପ୍ ନିର୍ମାଣ କରି ଲଗାଯାଇଛି, ଯାହା ମାଇକ୍ରୋମିଟର ଚ୍ୟାନେଲ ଉପରେ ଆଧାରିତ । ଏଥିରେ ଏକ ତରଳ ପଦାର୍ଥ ଅଛି , ଯାହା ଖାଦ୍ୟକଣିକାର ସଂସ୍ପର୍ଶରେ ଆସିଲେ ରାସାୟନିକ କ୍ରିୟା କରି ସେଥିରେ ଥିବା କ୍ଷତିକାରକ ତତ୍ୱର ସଂକେତ ଦେବାରେ ସହାୟକ ହେଉଛି ।