ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଫଟୋ ! ଜାଣନ୍ତୁ କେତେ ସତ ରହିଛି ଏହି ଫଟୋରେ ।

260

ଭାରତ ତରଫରୁ ପାକିିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ବିଭିନ୍ନ ଫେସବୁକ୍ ଗ୍ରୁପ୍ ରେ କିଛି ଫଟୋ ସେୟାର୍ କରାଯାଉଛି । ଏହି ସବୁ ଫଟୋରେ କୁହାଯାଉଛି ଯେ ଭାରତୀୟ ଏୟାର ଷ୍ଟ୍ରାଇକରେ ବହୁତ କ୍ଷତି ହୋଇଛି । ଏହି ଫଟୋଗୁଡିକ ଦେଖିଲେ ଏଭଳି ଲାଗୁଛି ଯେଭଳି କୌଣସି ଅଟ୍ଟାଳିକା ଭୁଷୁଡି ପଡିଛି । କିନ୍ତୁ ଏହି ଫଟୋଗୁଡିକ ଭିତରେ କେତେ ସତ ରହିଛି ଆସନ୍ତୁ ଜାଣିବା । ଏହି ଫଟୋ ପାକ୍ ଅଧିକୃତ କାଶ୍ମୀରର । ୨୦୦୫ ମସିହାର ଏହି ଫଟୋ ସେତେବେଳର ଯେତେବେଳେ ପିଓକେରେ ଭୂମିକମ୍ପ ଆସିଥିଲା ଏବଂ ଏଥିରେ ୭୫,୦୦୦ ଲୋକ ମୃତ୍ୟୁବରଣ କରିଥିଲେ ।

ଏଭଳି ଆଉ ଏକ ଫଟୋରେ କିଛି ଶବ ରଖାଯାଇଛି ଏବଂ ଏହି ଫଟୋ ପାଖରେ ମହିଳାମାନେ ବସି କାନ୍ଦୁଥିବାର ଦୃଶ୍ୟ ମଧ୍ୟ ରହିଛି । ଫଟୋଟି ଭାବାତ୍ମକ ଆବେଗକୁ କ୍ଷତି ପହଂଚାଉଥିବାରୁ ଆମେ ଆପଣଙ୍କୁ ଫଟୋଟି ଦେଖାଇପାରୁନାହୁଁ । ଏହି ଫଟୋଟି ମଧ୍ୟ ବାଲାକୋଟ୍ ଆକ୍ରମଣର ନୁହେଁ । ଏହା ବି ସେହି ଭୂମିକମ୍ପ ବେଳର ଫଟୋ । ଆପଣଙ୍କୁ କହିରଖୁଛୁ ଫେବୃୟାରୀ ୧୪ ତାରିଖରେ ପୁଲୱାମାଠାରେ ସିଆରପିଏଫ୍ ଯବାନଙ୍କ ଗାଡି ଉପରକୁ ହୋଇଥିବା ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଯାଇଥିଲେ । ଯାହାର ପ୍ରତି ଜବାବରେ ପାକ୍ ଅଧିକୃତ ବାଲାକୋଟ୍ ଠାରେ ଭାରତ ତରଫରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କିନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋକୁ ଦେଖି ଏହା ଉପରେ ବିଶ୍ୱାସ କରିବା ଆଦୌ ଠିକ୍ ନୁହେଁ । ତେଣୁ ଏହି ଫଟୋକୁ ସେୟାର୍ କରିବାରୁ ବଂଚନ୍ତୁ ।