ହନିଟ୍ରାପରେ ପଡି ପାକିସ୍ତାନକୁ ଦେଉଥିଲା ଗୋପନୀୟ ସୂଚନା, ଗିରଫ ହେଲା ବିଦେଶ ମନ୍ତ୍ରଣାଳୟର ଡ୍ରାଇଭର

107

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ସୁରକ୍ଷାବଳ ସହାୟତାରେ ଶୁକ୍ରବାର ଦିନ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି । ଡ୍ରାଇଭର ଜଣଙ୍କ ଦେଶର ସୁରକ୍ଷାକୁ ନେଇ ଗୋପନୀୟ ସୂଚନା ପାକିସ୍ତାନକୁ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି ।

ସୂତ୍ର ସୂଚନା ମୁତାବକ ପାକିସ୍ତାନର ଆତଙ୍କୀ ସଂଗଠନ ଆଇଏସଆଇ ତରଫରୁ ଏହି ଡ୍ରାଇଭର ଜଣଙ୍କୁ ହନିଟ୍ରାପରେ ଫସାଇ ଦେଇଥିଲା । ପୋଲିସ ଓ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏବେ ଏହି ମାମଲାରେ ଅନ୍ୟ କୌଣସି କର୍ମଚାରୀଙ୍କର ସଂପୃକ୍ତି ଅଛି କି ନାହିଁ ତାହା ଉପରେ ଯାଂଚ ଚଳାଇଛନ୍ତି ।

ଉଚ୍ଚ ପଦରେ ଥିବା ଅଧିକାରୀମାନେ ଅନେକ ସମୟରେ ହନିଟ୍ରାପରେ ପଡୁଥିବା ଦେଖାଦେଇଥିଲା । ହେଲେ ପ୍ରଥମ ଥର ଜଣେ ଡ୍ରାଇଭର ପାହ୍ୟାର ଅଧିକାରୀ ଏଭଳି ହନିଟ୍ରାପରେ ପଡିଥିବା କଥା କୁହାଯାଉଛି । ଏପଟେ ଗିରଫ ହୋଇଥିବା ଡ୍ରାଇଭର ନିକଟରୁ କିଛି ମହିଳାଙ୍କର ଫଟୋ ଓ ଭିଡିଓ ମିଳିଛି । ଏନେଇ ବିଦେଶ ମନ୍ତ୍ରଣାଳୟ ତରଫରୁ କୌଣସି ବୟାନ ଜାରି କରାଯାଇ ନାହିଁ ।

 

ଏହା ପୂର୍ବରୁ ଅଗଷ୍ଟ ମାସରେ ବି ଜଣେ ୪୬ ବର୍ଷିୟ ବ୍ୟକ୍ତି ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରୁ ରାଜସ୍ଥାନ ପୋଲିସ ଦିଲ୍ଲୀରୁ ଗିରଫ ହୋଇଥିଲେ । ଏହି ବ୍ୟକ୍ତି ଜଣଙ୍କୁ ୨୦୧୬ ମସିହାରେ ଭାରତର ନାଗରିକତା ମିଳିଥିଲା । ଏହି ଅଭିଯୁକ୍ତ ଜଣଙ୍କର ନାମ ଭାଗଚାନ୍ଦ ବୋଲି କୁହାଯାଇଥିଲା । ସେ ପାକିସ୍ତାନରେ ଜନ୍ମ ହୋଇଥିଲେ ବି ୧୯୯୮ ମସିହାରେ ନିଜ ପରିବାର ସହ ଭାରତ ପଳାଇ ଆସିଥିଲା । ସେ ଦିଲ୍ଲୀରେ ଜଣେ କାର ଚାଳକ ଭାବେ କାମ କରୁଥିଲା । ହେଲେ ପାକିସ୍ତାନରେ ଥିବା ନିଜ ପରିଜନଙ୍କ ସହାୟତାରେ ଆତଙ୍କବାଦୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା ।