Browsing Category

ଦେଶ ବିଦେଶ

ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ: ଏହାକୁ ପାଇବାରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଏହି ଅବସରରେ ତାଙ୍କୁ ଦିଆଯାଇଛି ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ । ଏହି ପୁରସ୍କାର ଶ୍ରେଷ୍ଠ ରାଜନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ । ଏହା ପୂର୍ବରୁ ଫ୍ରାନ୍ସର…
Read More...

ଯମଯନ୍ତ୍ରଣା ଦେଉଛି ଯମୁନା : ପାଣିରେ ଉବୁଟୁବୁ ଦିଲ୍ଲୀ; ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି

କନକ ବ୍ୟୁରୋ : ଯମୁନା ନଦୀ ଯୋଗୁଁ ଭାସୁଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ…
Read More...

ପ୍ୟାରିସରେ ପ୍ରଧାନମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଲେ, ଭାରତୀୟ ଯେଉଁଠି ମିନି ଇଣ୍ଡିଆ ସେଇଠି

କନକ ବ୍ୟୁରୋ : ଆଜି ଫ୍ରାନ୍ସ ତାର ରାଷ୍ଟ୍ର ଦିବସ ବା ବ୍ୟାଷ୍ଟିଲ ଡେ’ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ…
Read More...

ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତକୁ ଆସିବ ନା ନାହିଁ ପାକିସ୍ତାନ? ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମର…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାକିସ୍ତାନ ଖେଳିବ କି ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଏହାରି ଭିତରେ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେହେବାଜ ସରିଫଙ୍କ ବୟାନ ଆସିଛି । ବୈଦେଶିକ ମନ୍ତ୍ରୀ…
Read More...

ଭାରତୀୟ ବଜାରରେ ପ୍ରବେଶ କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା: ଖୁବଶିଘ୍ର କମ୍ପାନୀ ଉତ୍ପାଦନ କରିବ ଇଲେକ୍ଟଟ୍ରିକ କାର

କନକ ବ୍ୟୁରୋ: ଭାରତୀୟ ବଜାରରେ ଏଂଟ୍ରି କରିବ ଆମେରିକୀୟ ମୋଟର କମ୍ପାନୀ ଟେସଲା । ଭାରତରେ ବର୍ଷକୁ ୫ଲକ୍ଷ ଇଲେକ୍ଟ୍ରିକ କାର ନିର୍ମାଣ କରିବ ଟେସଲା । ଏହି କାର ଗୁଡିକ ସର୍ବନିମ୍ନ ଦମା ରହବି ୨୦ଲକ୍ଷ ଟଙ୍କା । ଇଣ୍ଡୋ-ପ୍ୟାସିଫିକ ରିଜିଅନରେ ଟେସଲା ଏକ୍ସପୋର୍ଟଙ୍କ ପାଇଁ ଭାରତରେ କମ୍ପାନୀ…
Read More...

୩୯ ବର୍ଷ ପରେ ପୁଣି ଚର୍ଚ୍ଚାରେ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା: ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର…

କନକ ବ୍ୟୁରୋ: ଦୀର୍ଘ ୩୯ ବର୍ଷ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା ପୁଣି ଚର୍ଚ୍ଚାକୁ ଆସିଛି । ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ହାର୍ଟଫେଲ ଏ କାର୍ଡିଆକ ସର୍ଜନଓ ପାୟୋନିୟରିଂ ଜର୍ଣ୍ଣି ନାଁରେ ଏକ ପୁସ୍ତକ ଲେଖିଛନ୍ତି ।…
Read More...

ଫୁଲୁଛି ଯମୁନା ନଦୀ, ବଢୁଛି ଦିଲ୍ଲୀର ଦୁଃଖ: ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଲାଲକିଲ୍ଲାଠୁ ନେଇ ସହରର…

କନକ ବ୍ୟୁରୋ: ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା ନଦୀ । ବନ୍ୟାପାଣିରେ ଫୁଲୁଛି ଯମୁନା । ରାଜଧାନୀର ଭିଆଇପି ଅଂଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ବିଧାନସଭା, ସଚିବାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାସଭବନ, ଲାଲକିଲ୍ଲାଠୁ ନେଇ ଅଧିକାଂଶ ସ୍ଥାନରେ ଯମୁନା ନଦୀ ପାଣି ପଶିବା…
Read More...

ଆସନ୍ତାକାଲି ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ କରାଯିବ ଉତକ୍ଷେପଣ । ଅଭିଯାନ ସଫଳ…

କନକ ବ୍ୟୁରୋ: କାଲି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସବୁ କିଛି ଠିକଠାକ୍ ଚାଲିଲେ କାଲି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ତେବେ ଗତ ୨୦୧୯ରେ…
Read More...

ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ଆକ୍ରମଣ । ମୁମ୍ବାଇ ପୋଲିସକୁ ମିଳିଲା ଧମକପୂର୍ଣ୍ଣ କଲ୍ ।

କନକ ବ୍ୟୁରୋ: ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ୨୬/୧୧ ଭଳି ଆକ୍ରମଣ । ମୁମ୍ବାଇ ପୋଲିସ ପାଖକୁ ଆସିଛି ଏଭଳି ଏକ ଧମକପୂର୍ଣ୍ଣ କଲ୍ । ଯେଉଁଥିରେ ଉର୍ଦ୍ଧୁ ଭାଷାରେ ଜଣେ ଯୁବକ ଏହି ଧମକ ଦେଇଛି । ସେ କହିଛି, ସୀମାକୁ ପାକିସ୍ତାନ ନଠେଇଲେ, ଭାରତର ନାଶ ହେବ । ୨୬/୧୧ ଭଳି…
Read More...

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଫ୍ରାନ୍ସ ପ୍ରଧାନମନ୍ତ୍ରୀ କଲେ ସ୍ୱାଗତ । ଜାଣନ୍ତୁ, କଣ ରହିଛି ପୂରା…

କନକ ବ୍ୟୁରୋ: ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଫ୍ରାନ୍ସ ଯାତ୍ରା । ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍…
Read More...