ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ: ଏହାକୁ ପାଇବାରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

132

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଏହି ଅବସରରେ ତାଙ୍କୁ ଦିଆଯାଇଛି ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ । ଏହି ପୁରସ୍କାର ଶ୍ରେଷ୍ଠ ରାଜନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ । ଏହା ପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରୋ ମଧ୍ୟ ମୋଦୀଙ୍କ ସମ୍ମାନରେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ।

ଫ୍ରାନ୍ସ ଦ୍ୱାରା ଦିଆଯାଇଥିବା ଏହି ସର୍ବୋଚ୍ଚ ସମ୍ମାନ ମୋଦୀଙ୍କୁ ବିଦେଶରୁ ମିଳିଥିବା ବିଭିନ୍ନ ଶୀର୍ଷ ଅନ୍ତରାଷ୍ଟ୍ରିୟ ସମ୍ମାନର ତାଲିକାରେ ସାମିଲ ହୋଇଛି । ଏହା ପୂର୍ବରୁ ମୋଦୀଙ୍କୁ ଜୁନ୍ ୨୦୨୩ରେ ମିଶର ସରକାରଙ୍କ ଦ୍ୱାରା ସେଠିକାର ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ୍’, ପାପୁଆ ନ୍ୟୁ ଗିନ ଦ୍ୱାରା ‘କମ୍ପାନିୟନ୍ ଅଫ୍ ଦ ଅର୍ଡର ପୁରସ୍କାର’, ୨୦୨୩ ମେ ରେ ‘କମ୍ପାନୀୟନ୍ ଅଫ୍ ଦ ଅର୍ଡର ଅଫ୍ ଫିଜି’, ପଲାଉ ଗଣରାଜ୍ୟ ଦ୍ୱାରା ‘ଏବାକଲ ପୁରସ୍କାର’ରେ ସମ୍ମାନୀତ କରାଯାଇସାରିିଛି ।