ପ୍ୟାରିସରେ ପ୍ରଧାନମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଲେ, ଭାରତୀୟ ଯେଉଁଠି ମିନି ଇଣ୍ଡିଆ ସେଇଠି

54

କନକ ବ୍ୟୁରୋ : ଆଜି ଫ୍ରାନ୍ସ ତାର ରାଷ୍ଟ୍ର ଦିବସ ବା ବ୍ୟାଷ୍ଟିଲ ଡେ’ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଲା ସିଏନ ମ୍ୟୁଜିକଲେରେ ଉଦବୋଧନ ଦେଇଛନ୍ତି । ମୋଦୀ ଏହି ସ୍ଥାନରେ ପହଞ୍ଚିବା ପରେ ଉପସ୍ଥିତ ପ୍ରବାସୀ ଭାରତୀୟ ମୋଦୀ ମୋଦୀ ନାରା ଦେଇ ସ୍ୱାଗତ କରିଥିଲେ । ଆଉ ମୋଦୀ କହିଥିଲେ ଫ୍ରାନ୍ସ ଆସିଲେ ମିନି ଇଣ୍ଡିଆକୁ ଆସିବା ଭଳି ମନେ ହେଉଛି । ଏହି ଅବସରରେ ଦୁଇ ଦେଶର ଅତୁଟ ସମ୍ପର୍କ ବାବଦରେ ମୋଦୀ କହିଥିଲେ ।