‘ଚିକିତ୍ସା ପାଇଁ ଗରିବଙ୍କୁ ଖର୍ଚ୍ଚ କରିବାକୁ ପଡିବନି । ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଚିକିତ୍ସା ମୋଦୀ କରିବେ’ : ବ୍ରହ୍ମପୁରରେ ମୋଦୀଙ୍କ ପ୍ରତିଶ୍ରୁତି ।

97

କନକ ବ୍ୟୁରୋ: ପୂରା ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ମୋଦୀ ସରକାର । ଦେଶରେ ୬ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଲାଭ କେହି ପାଉନାହାନ୍ତି । କାରଣ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହିଁ । ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିପାରୁନାହିଁ । ଏଥିପାଇଁ ଦାୟୀ କିଏ ବୋଲି ପଚାରିଛନ୍ତି ମୋଦୀ ।

ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ ।