ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ଆକ୍ରମଣ । ମୁମ୍ବାଇ ପୋଲିସକୁ ମିଳିଲା ଧମକପୂର୍ଣ୍ଣ କଲ୍ ।

295

କନକ ବ୍ୟୁରୋ: ସୀମାକୁ ପାକିସ୍ତାନ ପଠାଅ, ନଚେତ୍ ଭାରତ ଉପରେ ହେବ ୨୬/୧୧ ଭଳି ଆକ୍ରମଣ । ମୁମ୍ବାଇ ପୋଲିସ ପାଖକୁ ଆସିଛି ଏଭଳି ଏକ ଧମକପୂର୍ଣ୍ଣ କଲ୍ । ଯେଉଁଥିରେ ଉର୍ଦ୍ଧୁ ଭାଷାରେ ଜଣେ ଯୁବକ ଏହି ଧମକ ଦେଇଛି । ସେ କହିଛି, ସୀମାକୁ ପାକିସ୍ତାନ ନଠେଇଲେ, ଭାରତର ନାଶ ହେବ । ୨୬/୧୧ ଭଳି ଆକ୍ରମଣ ଭାରତ ଉପରେ ପୁଣି ହେବ, ଆଉ ଏହାର ଉତ୍ତରଦାୟୀ ରହିବେ ଉତ୍ତରପ୍ରଦେଶ ସରକାର ।

ମିଳିଥିବା ସୂଚନା ମୁତାବକ, ଜୁଲାଇ ୧୨ ତାରିଖରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଗୋଟିଏ କଲ୍ ଆସିଥିଲେ । ଏଥିରେ ଏହି ଯୁବକ ଜଣକ ଏଭଳି ଧମକ ଦେଇଥିଲେ । ଧମକ ପାଇବା ପରେ ପୋଲିସ ଏହି ଘଟଣାରେ ଯାଞ୍ଚ କରିବା ଆରମ୍ଭ କରିଛି । ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଏହାର ଯାଞ୍ଚ କରୁଛି ।

ଜାଣିରଖିବା ଉଚିତ୍ ଯେ, ସୀମା ହୈଦର ହେଉଛନ୍ତି ପାକିସ୍ତାନ ସିନ୍ଧୁ ପ୍ରାନ୍ତର । ତାଙ୍କର ବିବାହ ଗୁଲାମ ରଜା ସହିତ ୨୦୧୪ରେ ହେଇଥିଲା । ତାଙ୍କର ୪ଟି ସନ୍ତାନ ମଧ୍ୟ ଥିଲେ । ତେବେ ୨୦୧୯ରେ ଗୁଲାମ ହୈଦର କାମରେ ସାଉଦି ଆରବ ଚାଲିଯାଇଥିଲା । ଆଉ ଏହି ସମୟ ମଧ୍ୟରେ ସୀମା ପବଜି ଖେଳିବା ସହିତ ତାର ପରିଚିତ ହେଇତିଲା ଗ୍ରେଟର ନୋଏଡାର ଯୁବକ ସଚିନ ସହିତ ।

ପବଜି ଖେଳରୁ ପ୍ରେମ ପରେ, ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ । ଆଉ ମାର୍ଚ୍ଚ ୧୦ରେ ନେପାଳ ଆସିବା ସହିତ, ଦୁହେଁ ବିବାହ କରିଥିଲେ । ତେବେ ବିବାହ ପରେ ସୀମା ପାକିସ୍ତାନ ଫେରିଯାଇଥିଲେ । ହେଲେ ସୀମା କିନ୍ତୁ ସଚିନଙ୍କ ସହିତ ରହିବାକୁ ଚାହୁଁଥିଲେ । ଆଉ ଏହାରି ଭିତରେ ମେ ୧୦ ତାରିଖରେ ନିଜ ୪ ସନ୍ତାନଙ୍କୁ ନେଇ ସୀମା କରାଚିରୁ ଶାରଜାହ ଚାଲିଆସିଥିଲେ । ସେଠାରୁ ପୁଣି ବିମାନରେ କାଠମାଣ୍ଡୁ ଆସି, ଭାରତ ଆସିଥିଲେ । ଯେଉଁ ପ୍ରେମ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।