‘ସହିଦ ହେମନ୍ତ କରକରେଙ୍କ ଜୀବନ ଆତଙ୍କବାଦୀ କସାବ ଗୁଳିରେ ଯାଇନି…’ କଂଗ୍ରେସ ନେତାଙ୍କ ବୟାନକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ହଇଚଇ।

341

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭାର ବିରୋଧୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କୁ ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବୟାନକୁ ନେଇ ବିବାଦ ଘନେଇବା ପରେ ନିଜ ବୟାନକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତା ବିଜୟ ବଡେଟ୍ଟିୱାର । ସେ କହିଛନ୍ତି, ୨୦୦୮ରେ ମୁମ୍ବାଇ ଆକ୍ରମଣ ସମୟରେ ଏଟିଏସର ପ୍ରମୁଖ ତଥା ଆଇପିଏସ ହେମନ୍ତ କରକରେଙ୍କ ଜୀବନ ଆତଙ୍କବାଦୀ କସାବର ଗୁଳିରେ ଯାଇନି ବରଂ ଜଣେ ଆରଆରଏସ ଅନୁଗତ ପୋଲିସ ଅଧିକାରୀଙ୍କ ଗୁଳିରେ ଯାଇଛି । ଏହା ଜାଣି ମଧ୍ୟ ଏହି ମାମଲା ଲଢୁଥିବା ଉଜ୍ୱଲ ନିକ୍କମ କୋର୍ଟରେ ସତ କହିଲେ ନାହିଁ । ଏଭଳି କରି ବିଜେପି ଦେଶଦ୍ରୋହୀ , ଗଦ୍ଦାରଙ୍କୁ ସମର୍ଥନ କରୁଛି ବୋଲି ବିଜୟ ବଡେଟ୍ଟିୱାର କହିଛନ୍ତି । କହିରଖୁଁ, ଉଜ୍ୱଲ ନିକମ୍ ମୁମ୍ବାଇ ଉତ୍ତର ମଧ୍ୟରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ଏହି ବୟାନ ପରେ ବିଜେପି ମଧ୍ୟ ନିଜ କଡା ଆଭିମୁଖ୍ୟ ରଖିଛି । ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କକୁ ଖୁସି କରିବାକୁ କଂଗ୍ରେସ ଯେକୌଣସି ସ୍ତରକୁ ଖସିପାରେ । ବିଜୟ ବଡେଟ୍ଟିୱାରଙ୍କ ଏଭଳି ବୟାନ ଏହାକୁ ପ୍ରମାଣ କରିଛି । କଂଗ୍ରେସ ଯେ ଆତଙ୍କବାଦକୁ ସମର୍ଥନ କରେ ଏହା ମଧ୍ୟ ପ୍ରମାଣିତ ହୋଇଛି । ଏଥିପାଇଁ ବୋଧହୁଏ କଂଗ୍ରେସର ବିଜୟ ପାଇଁ ପାକିସ୍ତାନରେ ପ୍ରାର୍ଥନା ସଭା ହେଉଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରିୟ ମହାସଚିବ ବିନୋଦ ତାବଡେ ।