ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

125

କନକ ବ୍ୟୁରୋ: ଭବାନୀପାଟଣାରେ ପହଞ୍ଚିଲେ ନବୀନ । ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କଳାହାଣ୍ଡି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଭବାନୀପାଟଣା ଏବଂ ପରେ ଖରିଆରରେ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସହିତ ନୂଆପଡା ଗସ୍ତ କରିବେ । ଏହି ଗସ୍ତରେ ନବୀନ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।