ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତକୁ ଆସିବ ନା ନାହିଁ ପାକିସ୍ତାନ? ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମର ନିଷ୍ପତ୍ତି ଉପରେ ନଜର

262

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାକିସ୍ତାନ ଖେଳିବ କି ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଏହାରି ଭିତରେ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେହେବାଜ ସରିଫଙ୍କ ବୟାନ ଆସିଛି । ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟୋଙ୍କ ନେତୃତ୍ୱରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟିମ୍ଙ୍କ ରିପୋର୍ଟ ପରେ, ପାକିସ୍ତାନ ଟିମ୍ ଭାରତ କି ନାହିଁ ସେନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ଯେ, ଯଦି ସରକାରଙ୍କ ସ୍ୱିକୃତି ମିଳେ ତେବେ ପାକିସ୍ତାନ ଟିମ ଟୁର୍ଣ୍ଣାମେଂଟ ଖେଳିବାକୁ ଭାରତ ଆସିବ । ଆସନ୍ତା ଅକ୍ଟୋବର ୯ ତାରିଖରେ ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ଅଛି । ତେବେ ଆସନ୍ତା ଅକ୍ଟୋବର ୫ ତାରିଖରେ ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।