ବୀର ପୁଅକୁ ହରାଇ ଝୁରୁଛି ଗାଁ ମାଟି । ଭାଙ୍ଗିପଡିଛି ପରିବାର

352

କନକ ବ୍ୟୁରୋ : ବୀର ପୁଅକୁ ହରାଇ ଝୁରୁଛି ଗାଁ ମାଟି । ସ୍ତବ୍ଦ ହୋଇଯାଇଛି ପରିବାର । ଦୁଃଖରେ ଫାଟିପଡୁଚି ସ୍ତ୍ରୀ ଓ ମାଆର ଛାତି । ଜାମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଛିନ୍ଦୱାଡା ଜିଲ୍ଲାର ବିକି ପାହାଡେ ।

ବିକି ଛୋଟବେଳୁ ଦେଶ ସେବା କରିବାକୁ ଚାହୁଁଥିଲେ । ଦେଶ ସେବା ପାଇଁ ସେନାରେ ଭର୍ତ୍ତ ହୋଇଥିଲେ ଆଉ ଗତ ଶରୀବାର ଦେଶ ପାଇଁ ବଳିଦାନ ଦେଇଛନ୍ତି ବୀର ପୁଅ ବିକି । ବୀର ପୁଅ ସହିଦ ହେବା ଖବର ଯେତେବେଳେ ଜିଲ୍ଲାର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିଲେ । ସେତେବେଳେ ଏହି ଖବର ଶୁମି ସମସ୍ତେ ସ୍ତବ୍ଦ ହୋଇଯାଇଥିଲେ । ମାଟିର ବୀର ପୁଅକୁ ହରାଇ ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ବୋହିଆସିଥିଲା । ପରିବାରରେ ବି ଶୋକର ଛାୟା ଖେଳିଯାଇଛି ।

ଅନ୍ୟପଟେ ଆହାତ ହୋଇଥିବା ୫ ଜଣ ଯବାନଙ୍କୁ ହେଲିକପ୍ଟର ଜରିଆରେ ଉଦମପୁର ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି ।

ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିିତ ଭାବେ ଆକ୍ରମଣ କରିଥିଲେ । ସୂଚତା ମୁତାବକ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲ୍ଲାର ସୁରାନକୋଟ ଠାରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡିଗୁଡିକୁ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଗାଡି ଉପାରକୁ ଶସସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୁଲିସ ଏବଂ ଯବାନ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଚଳିତ ବର୍ଷରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆଇଏସଆଇଏସ୍ ଅବା ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ନିର୍ବାଚନ ସମୟରେ ଭାରତର ଛବି ମଳିନ କରିବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି ।