ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିନେଇ ହତ୍ୟା । ୪ ଦିନ ପରେ ନାଳିରୁ ମିଳିଲା ମୃତଦେହ ।

2,189

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଗ୍ରେଟର ନୋଇଡାରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଅପହରଣର ୪ ଦିନ ପରେ ମିଳିଲା ୧୫ ବର୍ଷର ପୁଅ କୃଣାଳର ମୃତଦେହ ।
ସୂଚନା ମୁତାବକ, ଗ୍ରେଟର ନୋଇଡାର ରବୁପୁରା ବାସିନ୍ଦା କୃଷ୍ଣ କୁମାରଙ୍କର ରୋଷ୍ଟୁରାଣ୍ଟ ବ୍ୟବସାୟ । ମେ ୧ ତାରିଖରେ ତାଙ୍କ ପୁଅ କୃଣାଳ ରେଷ୍ଟୁରାଣ୍ଟ ବାହାରେ ଛିଡା ହୋଇଥିବାବେଳେ କିଛି ଅଜଣା ବ୍ୟକ୍ତି କାରରେ ଆସି

କୃଣାଳକୁ ଅପହରଣ କରିନେଇଥିଲେ । ପୁଲିସରେ ଏନେଇ ମାମଲା ଦାଏର କରିବା ପରେ ୧୦ ଜଣିଆ ଟିମ ଗଠନ କରି ଖୋଜାଖୋଜି ଆରମ୍ଭ ହୋଇଥିଲା । ଘଟଣାର ୪ ଦିନ ପରେ ବୁଲନ୍ଦନଗରର ଏକ ନାଳିରୁ ମିଳିଲା କୃଣାଳର ମୃତଦେହ । ହେଲେ କିଏ କାହିଁକି ଏଭଳି କଲା ଏହାର କାରଣ ଏଯାଏଁ ଜଣାପଡନୁଥିବାବେଳେ ଏହାର ତଦନ୍ତ ଜାରି ରଖିଛି ପୋଲିସ ।