ଯୁବ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମନ ମୋହିଲେ ରତୁରାଜ

27

କନକ ବ୍ୟୁରୋ : ୨୨ ତମ ରାଜ୍ୟ ଯୁବ ମହୋତ୍ସବର ଦ୍ୱୀତିୟ ସନ୍ଧ୍ୟାକ଼ୁ ଉଦଘାଟନ କରିଥିଲେ ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ରକଷ୍ଟାର ରତୁରାଜ ମହାନ୍ତି । ରତୁରାଜଙ୍କ “ରଂଗବତୀ’ ଗୀତରେ ଯୁବପିଢୀ ଝୁମିଥିବା ବେଳେ ଅନ୍ୟ କଳାକାରଙ୍କ ଗୀତକୁ ବି ବେଶ୍ ଉପଭୋଗ କରିଥିଲେ ଯୁବପିଢୀ । ପ୍ରଥମେ ମଂଚକୁ ଆସିଥିଲେ କଣ୍ଠଶିଳ୍ପୀ ଅମ୍ରିତା ନନ୍ଦ । ତାଙ୍କ ପରେ ପରେ “ମାହି ବେ’ ଗୀତ ଗାଇ ଗାଇ ମଂଚ ଉପରକୁ ଆସିଥିଲେ ରତୁରାଜ । ତେବେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ପ୍ରତିଯୋଗୀମାନେ ଏଠାରେ ଭାଇଚାରା ଓ ସଂସ୍କୃତିର ବିନିମୟର ମାଧ୍ୟମ ହୋଇଥିବାର ଜିଲ୍ଲାପାଳ ଓ ସଂସ୍କୃତିମନ୍ତ୍ରୀ କହିଥିଲେ ।