ଫୋନ ଉଠାଇଲେନି ବୋଲି ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକ

44

ମୟୁରଭଂଜ : ପ୍ରଥମେ ମୋବାଇଲରେ ମ୍ୟାସେଜ୍ । ପରେ ଭିଡିଓ କଲିଂ । ସଂପର୍କ ନିବିଡ ହେବାରୁ ହେଲା ପ୍ରେମ । ହେଲେ ପ୍ରେମ ନେଲା କରୁଣ ପରିଣତି । ପ୍ରେମରେ ବିଫଳ ହୋଇ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ମୟୁରଭଂଜ ଜିଲ୍ଲା ମାନଗୋବିନ୍ଦପୁର ଗାଁର ରାମକୃଷ୍ଣ ସେଠି ।

ବାଲେଶ୍ୱରର ଏକ ପ୍ଲାଷ୍ଟିକ କାରଖାନରେ କାମ କରୁଥିଲେ ରାମକୃଷ୍ଣ । ଆଉ ବାଲେଶ୍ୱରରେ ହିଁ ଦେଖା ହୋଇଥିଲା ଉକ୍ତ ଝିଅଙ୍କ ସାଥୀରେ । ପରେ ମୋବାଇଲ ରେ କଥା ଏବଂ ଭିଡିଓ କଲିଂ ଜରିଆରେ ନିବିଡ ହେଲା ସଂପର୍କ । ହେଲେ ମା’ ପାଖରୁ ପୁଅକୁ ଛଡେଇ ନେଇଛି ପ୍ରେମ । ସବୁ ଦିନପାଇଁ ଆଖି ବୁଜି ଦେଇଛି ରୋଜଗାରିଆ ପୁଅ । ଝିଅ ପାଇଁ ମାନସିକ ନିର୍ଯ୍ୟାତନାରେ ଥିବା ଅଭିଯୋଗ କରିଛନ୍ତି ରାମକୃଷ୍ଣଙ୍କ ପରିବାର ଲୋକ ।

ଅନ୍ୟପଟେ ଯୁବତୀଙ୍କ ସଂପର୍କୀୟଙ୍କ ପାଲଟା ଅଭିଯୋଗ । ଏକ ତରଫା ପ୍ରେମ କରୁଥିଲା ଯୁବକ । ବିଭିନ୍ନ ସମୟରେ ଫୋନ୍ କରି ହଇରାଣ କରୁଥିବା ଯୁବତୀଙ୍କ ସଂପର୍କୀୟ କହିଛନ୍ତି । ଏଇ ପ୍ରେମ କାହାଣୀର କରୁଣ ପରିଣତି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।