ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ! ଚାନ୍ଦବାଲି ବାଲିପାଟଣା ଗାଁରେ ଚୋରି ସନ୍ଦେହରେ ଯୁବକଙ୍କୁ ଛେଚିଲେ ଗାଁ ଲୋକେ

32

କନକ ବ୍ୟୁରୋ : ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ । ଭଦ୍ରକ ଚାନ୍ଦବାଲି ମହୁଲିଆ ପଂଚାୟତ ବାଲିପାଟଣା ଗାଁରେ ୨ ଜଣ ଅଜଣା ଯୁବକଙ୍କୁ ଚୋର ସନ୍ଦେହରେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ । କିିଛି ଦିନ ହେବ ଯୁବକ ୨ ଜଣ ବାଇକରେ ଆସି ଘର ଘର ବୁଲି ଭିକ୍ଷା ମାଗୁଥିଲେ । ଗତକାଲି ଖେରଙ୍ଗ ବସୁଲି ମନ୍ଦିରରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର କେହି ଚୋରି କରିନେଇଛି । ଏହା ଜଣାପଡିବା ପରେ ୨ ଯୁବକକୁ ଗାଁବାଲା କାବୁ କରି ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ପରେ ପୋଲିସକୁ ଡାକି ୨ ଯୁବକକୁ ପୋଲିସ ଜିମାରେ ଦେଇଥିଲେ । ଏହି ଯୁବକମାନେ ମନ୍ଦିରରୁ ଚୋରି କରିଥିବା ସନ୍ଦେହରେ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହାଛଡା ଅଟକ ୨ ଯୁବକଙ୍କ କଥାରେ ତାଳମେଳା ରହୁନଥିବା ସେମାନେ ଚୋରି କରୁଥିବା ସସନ୍ଦେହ କରାଯାଉଛି ।

ସେପଟେ ପାରିବାରିକ କଳହକୁ ନେଇ ନୃଂଶସ ପାଲଟିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ବାଙ୍କିର ଥାନା ରାମଚଣ୍ଡୀ ଗାଁରେ । କଳହକୁ ନେଇ ସ୍ତ୍ରୀ ଏଭଳି ନୃଂଶସ ପାଲଟିଥିଲା ଯେ, ସ୍ୱାମୀର ହାତ ଓ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଥିଲା । ମହିଳାଙ୍କ ମାଡରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରିକି ପ୍ରତିବାଦ କରିଥିବା ପୁଅକୁ ବି ସେ ନିର୍ଧୁମ ଛେଚିଥିଲେ । ଗାଁ ଲୋକେ ସଂପୃକ୍ତ ମହିଳାଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି ।