ଆପଣଙ୍କ ବାଇକ୍ ଷ୍ଟାର୍ଟ ହେବାରେ ସମସ୍ୟା ହେଉଛି କି ? ଚେକ୍ କରନ୍ତୁ ଏହି ୭ଟି ଜିନିଷ

45

ଯଦି ଆପଣ ରାସ୍ତାରେ ଗଲାବେଳେ ଆପଣଙ୍କର ବାଇକ୍ ଅଚାନକ ବନ୍ଦ ହୋଇଯାଉଛି ତ ଭାରି ଚିନ୍ତିତ ହୋଇପଡିଥାନ୍ତି । ଆପଣ ଲଗାତାର ବାଇକ୍ ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ସବୁ ଚେଷ୍ଟା ବିଫଳ ହୋଇଯାଏ । ଏମିତି ଯଦି ହେଉଛି ଭାବନ୍ତୁ ନାହିଁ କି ଏହା ସବୁବେଳେ କୋଲ୍ଡ ଷ୍ଟାର୍ଟର କାରଣ ହୋଇଥିବ । ଅନେକ ଥର ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବାର କାରଣରୁ ମଧ୍ୟ ଚିନ୍ତିତ ହୋଇଥାନ୍ତି । ଆମେ ଆପଣଙ୍କୁ କିଛି ସାହାଯ୍ୟକାରୀ ଟିପ୍ସ କହିବୁ , ଯାହାକି ବାଇକ୍ ଖରାପ୍ ହୋଇଗଲେ ନିଜେ ଏହାକୁ ଚେକ୍ କରିପାରିବେ ।

୧ –Week ବା Dead ବ୍ୟାଟେରୀ –
ଆପଣଙ୍କର ଗାଡିର ବ୍ୟାଟେରୀ ପୁରା ଇଲେକ୍ଟ୍ରିକଲ୍ ସିଷ୍ଟମର ଲାଇଫଲାଇନ୍ ହୋଇଥାଏ । ଇଲେକ୍ଟ୍ରିକ୍ ଷ୍ଟାର୍ଟ ହେବାକୁ ଥିବା ବାଇକ୍ ପୁରା ବ୍ୟାଟେରୀ ଉପରେ ନିର୍ଭର କରିଥାଏ । ଯଦି ବ୍ୟାଟରୀ ପର୍ଯ୍ୟାପ୍ତ ରୂପରେ ଚାର୍ଜ ହେବ , ସେତେବେଳେ ଯାଇ ମୋଟରକୁ କ୍ରାଂକ ଅପ୍ କରିପାରିବେ । ମୋଟର ବ୍ୟାଟରୀରୁ ହାଇ ଭୋଲଟେଜ୍ ଜରୁରି ଅଟେ । ଯଦି ବ୍ୟାଟେରୀ ଦୁର୍ବଳ ଥାଏ ତ ଆପଣ ଇଲେକ୍ଟ୍ରିକ ଷ୍ଟାର୍ଟ କରିପାରିବେ ନାହିଁ । ଯଦି ଆପଣ ହର୍ଣ୍ଣ ବଟନ ଚିପୁଛନ୍ତି ବା ହେଡଲାଇଟ୍ ର ସ୍ୱିଚ୍ ଅନ୍ କରୁଛନ୍ତି ଏବଂ ଏଥିରେ କିଛି ବି କାମ କରୁନାହିଁ ତ ଏହା ଡେଡ୍ ଓ ଉଇକ୍ ବ୍ୟାଟେରୀର ସଂକେତ ।

୨ – ତେଲ ଚେକ୍ କରନ୍ତୁ
ଯେତେବେଳେ ଆପଣଙ୍କ ବାଇକରେ ତେଲର ସ୍ତର କମିଯାଉଛି ତ ମାପକର ବ୍ୟବହାର କରି ଏହାର ଉପଲବ୍ଧତାକୁ ଜାଣିବା ବହୁତ ମୁସ୍କିଲ୍ ହୋଇଥାଏ । ଏହା ମଧ୍ୟ ବାଇକ୍ ଷ୍ଟାର୍ଟ ନହେବାର କାରଣ ହୋଇଥାଏ । ଏହି ସମୟରେ ଗାଡିରେ ତେଲ ଅଛି ନା ନାହିଁ ଏହ ଜାଣିବା ପାଇଁ ଆପଣ ଗାଡିକୁ ଛିଡା କରି ହଲାଇ ଦେଖିପାରିବେ । ଆଉ ମଧ୍ୟ ମୋବାଇଲର ଫ୍ଲାଶଲାଇଟ୍ ରେ ମଧ୍ୟ ଚେକ୍ କରିପାରିବେ ।

୩ –Ventରେ ଥିବା ମଇଳାକୁ ସଫା କରନ୍ତୁ –
ଆପଣଙ୍କ ବାଇକ୍ ରେ ତେଲର ସପ୍ଲାଇ ପାଇଁ ଫୁଏଲ୍ ଟାଙ୍କି ପାଖରେ ବହୁତ ଛୋଟ ଭେଂଟ ଥାଏ । ଭାରତର ଅଧିକାଂଶ ବାଇକରେ ଏହି ଫୁଏଲ୍ ଟାଙ୍କି କି ହୋଲ୍ ଥାଏ । ଯେତେବେଳେ ଭେଂଟ ମଇଳାରେ ଭରିଯାଏ ତ ଟାଙ୍କି ବାଇକର ଲୋୟର ସିଷ୍ଟମରେ ତେଲ ସପ୍ଲାଇକୁ ବନ୍ଦ କରିଦେଇଥାଏ । ଆପଣ କିଛି ପତଳା ତାର ବା ପିନ୍ ଦ୍ୱାରା ସଫାକରିପାରିବେ ।

୪ – କ୍ଲଚ୍ କାମ କରୁଛି ନା ନାହିଁ –
ଯେତେବେଳେ ଆପଣ ବାଇକ୍ ଷ୍ଟାର୍ଟ କରୁଛନ୍ତି ଏବଂ ଟ୍ରାନ୍ସମିଶନ ଗିୟର ରେ ଥାଏ ତ ଆପଣଙ୍କୁ ଠିକ୍ ତରିକାରେ କ୍ଲଚ୍ ଲେବରକୁ ଟାଣିବାକୁ ଉଚିତ୍ । କେବେ କେବେ କ୍ଲଚ୍ ଠିକ୍ ଭାବରେ ଏନଗେଜ୍ ହୋଇନଥାଏ । ଏବଂ ଏହାଦ୍ୱାରା ବାଇକ୍ ଷ୍ଟାର୍ଟ କରିବାରେ ଅସୁବିଧା ହୋଇଥାଏ । ଏମିତି ସ୍ଥିତିରେ ଟ୍ରାନ୍ସମିଶନକୁ ନ୍ୟୁଟ୍ରାଲ୍ କୁ ଆଣନ୍ତୁ । ଏବଂ ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ ।

୫ –Blocking Intake ବା Exhaust systemକୁ ଚେକ୍ କରନ୍ତୁ –
ଏୟାରବକ୍ସ ବ୍ଲକ୍ ହେବା ବା ମଫଲର ଏଗଜିଟ୍ କାରଣରୁ ମଧ୍ୟ ବାଇକ୍ ରେ ସମସ୍ୟା ଆରମ୍ଭ ହୋଇଥାଏ । ଏହା କୌଣସି କାରଣରୁ ହୋଇଥାଏ । ଭେଳି ସ୍ଥିତିରେ ଆପଣ ବାଇକ୍ କୁ ଇନଟେକ୍ ଓ ଏଗଜଷ୍ଟ ସିଷ୍ଟମକୁମଧ୍ୟ ଚେକ୍ କରିବା ଉଚିତ୍ । କାରଣ ଏଥିରେ କୌଣସି ଅତିରିକ୍ତ ଜିନିଷ ଅଛି କି ନାହିଁ ଦେଖିବା ଉଚିତ୍ ।

୬ – spark plug ତାର ଢିଲା ଥିବାର ଚେକ୍ କରନ୍ତୁ ?
ସ୍ପାର୍କ ପ୍ଲଗ୍ ତାର ଢିଲା ହେବା ବାଇକ୍ ଚାଳକ ପାଇଁ ନୂଆ କଥା ନୁହେଁ । ଝଟକା ବା କାହାର ମଜାକ ଦ୍ୱାରା ଏମିତି ବି ହୋଇପାରେ । ଆପଣଙ୍କୁ ଏହାକୁ ଠିକ୍ କରିବା ପାଇଁ କୌଣସି ମେକାନିକ ଡାକିବା ଆବଶ୍ୟକ ନାହିଁ । କନେକ୍ଟର୍ସ କୁ ବାହାର କରନ୍ତୁ ଏବଂ ଦ୍ୱିତୀୟ ଥର ଲଗାଇ ବାଇକ୍ ଷ୍ଟାର୍ଟ କରନ୍ତୁ ।

୭- ଇଂଜିନ୍ କଟ୍ ଅଫ୍ ସ୍ୱିଚ୍ –
ଏହା ଏମିତିି ଏକ ଜିନିଷ ଯାହା ବାଇକ୍ ଷ୍ଟାର୍ଟ ନହେବାରେ ଆମେ ସାଧାରଣତଃ ଚେକ୍ କରିବାକୁ ଭୁଲିଯାଇଥାଉ । ଅଧିକାଂଶ ସମୟରେ ଆମେ ମୋଟରସାଇକଲକୁ ବନ୍ଦ କରିବା ପାଇଁ ସ୍ୱିଚ୍ କଟ୍ ଅଫ୍ କରିବା କାରଣରୁ ‘ଇଗ୍ନେସନ’ ର ବ୍ୟବହାର କରିଥାଉ । ଯେତେବେଳେ ଆମେ ଏହାକୁ ବ୍ୟବହାର କରୁ ତ ଅନେକ ଥର ସ୍ୱିଚ୍ କୁ ଅଫ୍ କରିବା ଭୁଲି ଯାଉ । ଏବଂ ଇଂଜିନ୍ କୁ କ୍ରାଂକ କରିବାକୁ ଚେଷ୍ଟା କରିଥାଉ ।

( ସୌଜନ୍ୟ- ନବଭାରତ ଟାଇମ୍ସ)