ଇଭିଏମକୁ ହ୍ୟାକ କରିବା ସହଜ କି ? ଆସନ୍ତୁ ଜାଣିବା

27

ଉତ୍ତରପ୍ରଦଶ ନିର୍ବାଚନରେ ବିଜେପିକୁ ଅପାର ସଫଳତା ମିଳବା ପରେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ପ୍ରଶ୍ନ ଉଠିଲା । ଏନେଇ ବସପାର ସୁପ୍ରିମୋ ମାୟାବତୀ ଇଭିଏମି ଜରିଆରେ ଧୋକା ହୋଇଛି ବୋଲି ଆରୋପ ଲଗାଇଥିଲେ । ଏଥିରେ ୟୁପିର ପୂର୍ବତନ ମୁଖମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ କହିଥିଲେ ଯଦି ଏପରି କିଛି ସମ୍ଭବ ତେବେ ଏହାର ଯାଞ୍ଚ ହେବା ଉଚିତ । ତେବେ ଆସନ୍ତୁ ଜାଣିବା କ’ଣ ସତରେ ଇଭିଏମ ଯନ୍ତ୍ରକୁ ହ୍ୟାକ କରିହେବ ।

ଇଭିଏମ ଦୁଇଟି ଭାଗରେ ବିଭକ୍ତ ହୋଇଛି । ପ୍ରଥମଟି ହେଲା ବାଲେଟିଙ୍ଗ ୟୁନିଟ- ଯାହା ଭୋଟରଙ୍କ ସାମ୍ନାରେ ଥାଏ । ଏହା ଉପରେ ପ୍ରାର୍ଥୀଙ୍କ ସହ ନିର୍ବାଚନ ଚିହ୍ନ ଥାଏ । ଏଥିରେ ଗୋଟିଏ ଥରରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଦେଖା ଯାଇ ପାରିିବ ଓ ଗୋଟିଏ ଇଭିଏମ ମେସିନରେ ୩୮୪୦ ଭୋଟ ଦିଆଯାଇ ପାରିବ । ଦ୍ୱିତୀୟ ଭାଗରେ କଣେଣ୍ଟ୍ରାଲ ୟୁନିଟ ଥାଏ, ଯେଉଁଠି ବଟନ ଦବାଇବା ପରେ ଭୋଟର ଭୋଟ ଦଅନ୍ତି । ଏକ ଭୋଟ ଦେବା ପରେ ଯେତେବେଳେ କଣ୍ଟ୍ରୋଲ ୟୁନିଟରେ ବଟନ ଦବାଯିବ ନାହିିଁ, ସେବେ ପର୍ୟ୍ୟନ୍ତ ଭୋଟ ଦିଆଯାଇ ପାରିବ ନାହିଁ ।

ୟୁଟ୍ୟବର ଓ ଇଞ୍ଜିନିୟର ଗୌରବ ଚୌଧୁରୀଙ୍କ ଅନୁସାରେ ଇଭିଏମକୁ ଦୁଇ ପ୍ରକାରେରେ ହ୍ୟାକ କରିହେବ । ପ୍ରଥମ ସମସ୍ତ ସୂଚନା ବଦଳାଇ ଓ ଦ୍ୱିତୀୟରେ ମେସିନର ମେମୋରିକୁ ରିରାଇଟ କରି । କୌଣସି ଜଣାଶୁଣା ବ୍ୟକ୍ତି ବ୍ଲୁଟୁଥ ଡିଭାଇସ ସାହଯ୍ୟରେ ଡିସପ୍ଲେ ଲଗାଇ ଭୋଟଂ ପରେ ସିଲ କରିବା ସମୟରେ ମନଇଚ୍ଛା ଭୋଟ ଦେଇପାରିବେ ଓ ପୁଣି ଭୋଟର ଗଣନା ବଢାଯାଇ ପାରିବ ।

ଦ୍ୱିତୀୟ ଉପାୟ ମେସିିନର ମେମୋରି ନିଜ ଡାଟାକୁ ରିରାଇଟ କରିବ । ଏହି ଉପାୟ ଏତ ସହଜ ନୁହଁ । ଏଥିପାଇଁ ଆପଣଙ୍କ ପାଖରେ ମେସିନର ଆକ୍ସେସ ରହିବା ଦରକାର । ଏମିତରେ ଏହି କାମ ବହୁତ କଷ୍ଟକର କାରଣ ଏନେଇ ଆପଣଙ୍କୁ ଏତେ ପ୍ରଣାଳୀରେ କାମ କରିବାକୁ ପଡିବ ଯେ ଏହା କୌଣସି ଯୁଦ୍ଧ ଜିତିବା ଠାରୁ କମ ନୁହଁ । ମେ ୨୦୧୦ରେ ଆମେରିକାର ମେସିଗନ ବିଶ୍ୱିବିଦ୍ୟାଳୟର ବୈଜ୍ଞାନିକ ମାନେ ଦାବି କରିଥିଲେ ଇଭିଏମ ମେସନକୁ ହ୍ୟାକ କରାଯାଇ ପାରିବ ।
ସୌଜନ୍ୟ-ଅମର ଉଜାଲା

ଏହାସହ ଦେଖନ୍ତୁ- ଆପଣଙ୍କ ସ୍ମାର୍ଟଫୋନ ସବୁବେଳେ ହ୍ୟାଙ୍ଗ ହୋଇଯାଉଛି କି ? ଜାଣନ୍ତୁ କେମିତି ବଢାଇବେ ବେଗ