ଅସୀମ ଆକାଶରୁ ପୁଅକୁ ଫେରାଇ ଆଣିବାକୁ ପ୍ରାର୍ଥନା

17

ବାୟୁସେନାର ନିଖୋଜ ବିମାନକୁ ଖୋଜିବାକୁ ଚାଲିଛି ଜୋର୍ଦାର ଅପରେସନ୍ । ହେଲେ ଏ ଯାଏଁ ପତା ମିଳୁନି ଏଏନ୍-୩୨ର । ବଙ୍ଗୋପସାଗରରେ ପଇଁତରା ମାରି ତନ୍ନ ତନ୍ନ କରି ଖୋଜୁଛି ମିଳିତ ଟିମ୍ । ଏପରିକି ନିଜେ ପ୍ରତିରକ୍ଷା ମନ୍ତ୍ରୀ ଆକାଶମାର୍ଗରେ ଘୁରି ବୁଲୁଛନ୍ତି । ହେଲେ କୁଆଡେ ଗଲେ ୨୫ ଯାତ୍ରୀଙ୍କ ସହ ୪ ଜଣ କ୍ରିୟୁ ମେମ୍ବର, ସେ ଖବର ଏ ପର୍ଯ୍ୟନ୍ତ କାହା ପାଖରେ ନାହିଁ । ସେପଟେ ନିଖୋଜଙ୍କ ଭିତରେ ଅଛନ୍ତି ଦୁଇ ଦୁଇ ଜଣ ଓଡିଆ । ଯାହାଙ୍କ ଘରେ ଗତକାଲିଠାରୁ ପଡିଛି କାନ୍ଦବୋବାଳି । ଆଉ ଅସୀମ ଆକାଶରୁ ପୁଅକୁ ଫେରାଇ ଆଣିବାକୁ ଚାଲିଛି ପ୍ରାର୍ଥନା । ଦେଖନ୍ତୁ ଏହି ଭିଡିଓ :