୨୦୨୦ ମସିହାରେ ବିକ୍ରି ବନ୍ଦ ହୋଇଯିବ ନାନୋ କାର ! କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଦେଲେ ଏପରି ସୂଚନା

୨୦୨୦ ମସିହାରେ ବନ୍ଦ ହୋଇଯିବ ନାନୋ କାର

97

କନକ ବ୍ୟୁରୋ : ଆସନ୍ତା ବର୍ଷ ଏପ୍ରିଲ ମାସରେ ଟାଟା କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ନାନୋ ବନ୍ଦ ହୋଇଯାଇପାରେ । ରତନ ଟାଟା ଏନେଇ ତାଙ୍କ ଟିମ ସହ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆସନ୍ତା ଏପ୍ରିଲମାସରେ ନାନୋର ତିଆରି ଓ ବିକ୍ରି ଉଭୟ ବନ୍ଦ କରାଯିବା ପାଇଁ ଚିନ୍ତା କରାଯାଇଛି । ବର୍ତମାନ ସମୟରେ ନାନୋର ନିର୍ମାଣ ଗୁଜୁରାଟରେ ନିର୍ମାଣ କରାଯାଉଛି । କମ୍ପାନୀର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀରେ ନୂଆ ବ୍ୟବସ୍ଥା କରାଯାଉଛି । ଏହାସହ ଆଗାମୀ ଏପ୍ରିଲ ମାସରେ ମଧ୍ୟ କିଛି ନୂଆ ଉପକରଣ ଆସିବାରେ ଅଛି । ତେଣୁ ସେଠାରେ ପୁରୁଣା ଉପକରଣ ଆଉ ଲଗାଯାଇପାରିବ ନାହିଁ ।

ତେଣୁ ଆମେ ମାନେ କିପରି ଭାବରେ ସେହି ପୁରୁଣା ସମାଗ୍ରୀକୁ ବ୍ୟବହାର କରିବୁ ବୋଲି ସେ କହିଛନ୍ତି । ଲୋକମାନଙ୍କ ପାଇଁ ମାତ୍ର ଲକ୍ଷେ ଟଙ୍କାରେ ରତନ ଟାଟା ଏହି ନାନୋ କାର ନିର୍ମାଣ କରିଥିଲେ । ପୂର୍ବରୁ ଲୋକମାନେ ତାଙ୍କ ପରିବାର ସଦସ୍ୟଙ୍କ ସହ ବାଇକରେ ଅନେକ ଦୂରବାଟ ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । ତେଣୁ ସେମାନଙ୍କୁ ସୁରକ୍ଷିତ ଯାତ୍ରା କରାଇବା ପାଇଁ ଏହି କାର ନିର୍ମାଣ କରାଯାଇଥିଲା ବୋଲି କମ୍ପାନୀ ପକ୍ଷକୁ କୁହାଯାଇଛି । ୨୦୦୯ ମସିହାରେ ମାତ୍ର ୧ ଲକ୍ଷ ଟଙ୍କାରେ ଏହି କାର ମିଳିବା ଆରମ୍ଭ କରିଥିଲା ।

ଏହି କାର ବଜାରରେ ପ୍ରବେଶ କରିବା ପରେ ଅନେକ ଲୋକମାନେ ଏହାକୁ କିଣିଥିଲେ କାରଣ ମାତ୍ର ଲକ୍ଷେ ଟଙ୍କାରେ କାର ମିଳୁଥିବାରୁ ଜନସାଧାରଣମାନେ ମଧ୍ୟ ଖୁସ ଥିଲେ । ତେଣୁ ଏହା ସେହି ସମୟରେ ବେଶ ପରିଚିତ ହୋଇପାରିଥିଲା ଭାରତୀୟ ବଜାରରେ । ତେବେ ମିଳିଥିବା ସୂଚନା ଅନୁସାରେ, BS-VIର କେତେକ ସାମଗ୍ରୀର ବନ୍ଦ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି । ତେବେ କେଉଁ କେଉଁ ଗାଡି ବା ସାମଗ୍ରୀ ବନ୍ଦ କରାଯିବ ସେ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାନ୍ତି । ୨୦୨୦ ଓ ୨୦୨୨ ମସିହା ବେଳକୁ ପୁଣି ଥରେ କମ୍ପାନୀ ପକ୍ଷରୁ ନୂଆ ଗାଡି ବଜାରରେ ପ୍ରବେଶ କରିବ ।

ପୂର୍ବପରି ବର୍ତମାନ ସମୟରେ କାର ବଜାରରେ ଏତେଟା ବିକ୍ରି ହୋଇପାରୁନଥିବା ସୂଚନା ମିଳିଛି । ତେବେ କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ଇଲେକ୍ଟ୍ରିକ ଗାଡି ନିର୍ମାଣ ହେବ କି ପ୍ରଶ୍ନର ଉତ୍ତରରେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତମାନ ସମୟରେ ଆମ ପାଖରେ ସେପରି ଗାଡିର ନିର୍ମାଣ କୌଶଳ ରହିଛି । ହେଲେ ଏବେ ସେପରି ଗାଡିର ନିର୍ମାଣ ନେଇ ବର୍ତମାନ କୌଣସି ଯୋଜନା ନଥିବା ମଧ୍ୟ ସେ କହିଛନ୍ତି ।