ବାରିପଦା: ବାଙ୍ଗିରିପୋଷିରେ ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ୧୦ ଗିରଫ

31

କନକ ବ୍ୟୁରୋ : ବାରିପଦା ବାଙ୍ଗିରିପୋଷିରେ ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ପିଟିପିଟି ହତ୍ୟା କରିବା ଘଟଣା । ଗୁଜବକୁ ନେଇ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ । ଏହାର ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ବାଙ୍ଗିରିପୋଷି ଥାନା ଦୋମୁହାଁଣ ଗାଁରେ ପିଲା ଚୋରିର ଗୁଜବ ହେବା ପରେ ମହିଳାଙ୍କୁ ସାରା ରାତି ବାନ୍ଧି ରଖିବା ସହ କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ । ହେଲେ ପୁଲିସ, କର୍ମଚାରୀ ଅଭାବ ଥିବା ଦର୍ଶାଇ ଘଟଣାକୁ ହାଲୁକା ଭାବେ ନେଇଥିଲା । ଯାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ନିଆଯିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –