ମା’ ସାଜିଥିଲା ରାଣୀ ମହୁମାଛି ! ଝିଅଙ୍କୁ ସଜାଇଥିଲା ଦେହଜୀବୀ

113

ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ତିନି ଝିଅଙ୍କୁ ଗିରଫ କରିଛି କୋଲକାତା ପୁଲିସ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଝିଅ ମାନଙ୍କ ବୟସ ଯଥାକ୍ରମେ ୮, ୯ ଓ ୧୪ ବର୍ଷ । ଆଉ ଏହି ଝିଅ ମାନେ ନା କେବଳ ମା’ ସହ ରାକେଟ୍ ଚଳାଉଥିଲେ ବରଂ ଏତେ କମ୍ ବୟସରେ ନିଜେ ମଧ୍ୟ ଦେହ ବ୍ୟବସାୟରେ ଲିପ୍ତ ଥିଲେ । ଚଢାଉବେଳେ ସିଆଇଡି ମହିଳାଙ୍କ ଦୁଇ ସହଯୋଗୀ ଅଭିଷେକ ଶାହା ଓ ଅନୀଲ୍ ଭୌମିକଙ୍କୁ ମଧ୍ୟ ଗିରଫ କରିଛି । ସପରିବାର ରହିବା ବାହନା କରି ଏମାନେ ଟଲିଗଞ୍ଜ ଓ ବେହାଲରେ ଭଡା ଘର ନେଇ ଦେହବ୍ୟବସାୟ କରୁଥିଲେ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ୮ ରୁ ୧୪ ବର୍ଷର ଛୋଟ ଝିଅମାନଙ୍କୁ ଏହି ଦେହ ବ୍ୟବସାୟରେ ଲଗାଉଥିଲେ । ସହର ଓ ସହର ଉପକଂଣ୍ଠରେ ଥିବା ବିଭିନ୍ନ ଫ୍ଲାଟରେ ଏମାନଙ୍କୁ ରଖି ସେକ୍ସ ରାକେଟ୍ ଚଳାଉଥିଲେ ମହିଳା ଓ ତାଙ୍କ ସହଯୋଗୀ । ସିଆଇଡି ଘଟଣାସ୍ଥଳରୁ ଅନ୍ୟ ୬ ଜଣ ଝିଅଙ୍କୁ ମଧ୍ୟ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୮ ବର୍ଷ । ଏହି ଝିଅ ମାନଙ୍କୁ ସଂଳାପ ଦ୍ୱାରା ପରିଚାଳିତ ହୋମକୁ ପଠାଯାଇଛି । ପରେ ସେମାନଙ୍କୁ ଚାଇଲ୍ଡ ୱେଲ ଫେୟାର୍ କମିଟିରେ ହାଜର କରାଯିବ ।