ରାଜନୀତିରେ ଗହମ କଥା : ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ସ୍ୱୀକାର କଲାନି ବିଜେଡି

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୋର ଧରିଲା ଗହମ ରାଜନୀତି । ବିଜେପିର ଚାଉଳ ଚକମା ପରେ ବିଜେଡି କହିଛି କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ବିଶ୍ୱାସ କରିହେବ ନାହିଁ । ଲିଖିତ ଭାବେ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଚାଲୁ ରହିବ । ଓଡିଶାକୁ ଅଧିକ ଚାଉଳ ଦାବିରେ ଆସନ୍ତା ୧୪ ତାରିଖରେ ଆନ୍ଦୋଳନ କରିବ ଶାସକ ଦଳ । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପ୍ରତିଶୃତି ମିଳିବା ପରେ ବି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜୁନ୍ ମାସରୁ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଓ ୧୫ ପ୍ରତିଶତ ଗହମ ଯୋଗାଇ ଦେବା ନେଇ କେନ୍ଦ୍ର ଘୋଷଣା କରିଛି । ଅନ୍ୟପଟେ ଏହାକୁ କାଉଂଟର କରିଛି ବିଜେଡି । ବିଡେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ମୁହଁରେ କହିଲେ ଚଳିବନି । ଚାଉଳ-ଗହମ ବଂଟନ ନେଇ କେନ୍ଦ୍ରକୁ ଲିଖିତ ପ୍ରତିଶୃତ ଦେବାକୁ ପଡିବ । ତେବେ ଏତେଦିନ ଯାଏଁ କେଉଁଠି ଥିଲେ କେନ୍ଦ୍ରମନ୍ତ୍ରୀ ବୋଲି ପାଲଟା ଆକ୍ରମଣ କରିଛନ୍ତି ।