ହ୍ୱାର୍ଟସଆପର ନୂଆ ଫିଚର୍ ! କୌଣସି ବି ଫର୍ମାଟର ଫାଇଲକୁ ଖୁବ୍ ଶ୍ରୀଘ୍ର କରିପାରିବେ ସେୟାର

100

ହ୍ୱାର୍ଟସଆପର ଗ୍ରାହକଙ୍କ ଅନୁଭବକୁ ଅଧିକ ଉଚ୍ଚକୋଟୀର କରିବା ପାଇଁ ନୂଆ ଫିଚର ଲଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଫିଚର୍ ଜରିଆରେ ୟୁଜର ହ୍ୱାର୍ଟସଆପରେ ସବୁ ପ୍ରକାର ଫର୍ମାଟର ଫାଇଲ ସେୟାର କରିପାରିବେ । ଏହି ଫିଚର୍ ମାଧ୍ୟମରେ ଗ୍ରୁପରେ ମଧ୍ୟ ସବୁ ଫର୍ମାଟର ଫାଇଲ ସୋୟାର ସେୟାର କରାଯାଇପାରିବ । ଏହା ହ୍ୱାର୍ଟସଆପରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ଏହି ଫିଚର୍ ଆସିଯିବା ପରେ ଗ୍ରାହକ ପିଡ଼ିଏଫ, ୱାର୍ଡ, ସ୍ପ୍ରେଡ଼ସିଟ୍ ଓ ସ୍ଲାଇଡ଼ସ୍ ଫାଇଲକୁ ଗ୍ରୁପରେ ଓ ନିଜ କଣ୍ଟାକ୍ଟରେ ସେୟାର କରିପାରିବେ । ଏବେ ଏହି ଫିଚରର ପରୀକ୍ଷଣ କରାଯାଉଛି । ଏହି ଫିଚରକୁ କେବେ ପର୍ଯ୍ୟନ୍ତ ଜାରି କରାଯିବ ସେ ନେଇ କମ୍ପାନି କୌଣସି ବିଧିବଦ୍ଧ ଘୋଷଣା କରିନାହିଁ ।

ଏବେ ହ୍ୱାର୍ଟସଆପର ଆଇଏସଓ ଭର୍ସନରେ ୧୨୮ ଏମବି, ଆଣ୍ଡ୍ରଏଡ଼୍ ଭର୍ସନରେ ୧୦୦ ଏମବି ଓ ହାର୍ଟସଆପ ୱେବରେ ୬୪ ଏମବି ଫାଇଲ ଶେୟାର କରି ହୋଇପାରୁଛି । ସୂଚନା ଅନୁସାରେ ୟୁଜର୍ସ ଥାର୍ଡ଼ ପାର୍ଟିି ଆପ୍ ଜରିଆରେ ହ୍ୱାର୍ଟସଆପରେ ପିଡ଼ିଏଫ୍ ଓ ଡକ ଫାଇଲ ସେଣ୍ଡ କରିପାରିବେ । ଏବେ ‘ସେଣ୍ଡ ଏନି ଫାଇଲ’ ଆପ୍ ଜରିଆରେ କୌଣସି ବି ଫର୍ମାଟର ଫାଇଲ୍ ପଠାଯାଇପାରିବ । ଏହି ଆପ ଆଣ୍ଡ୍ରଏଡରେ ଉପଲବ୍ଧ ।

ଏହି ଉପାୟରେ କରିପାରିବେ ଫାଇଲ ସେଣ୍ଡ –
୧. ପ୍ରଥମ ଉପାୟ ହେଲା ଆପ୍ ଫାଇନାଲ ମ୍ୟାନଜରକୁ ଯାଆନ୍ତୁ । ଏହିଠାରୁ ଫାଇଲକୁ ‘ସେଣ୍ଡ ଏନି ଫାଇଲ’କୁ ସେଣ୍ଡ କରନ୍ତୁ । ଏହି ଆପ ଫାଇଲକୁ ପ୍ରୋସେସ କରିବ ଏବଂ ଏହାପରେ ଆପଣ ହ୍ୱାର୍ଟସଆପରେ କାହାକୁ ମଧ୍ୟ ପଠାଇପାରିବେ ।

୨. ଦ୍ୱିତୀୟ ଉପାୟ ହେଲା ‘ସେଣ୍ଡ ଏନି ଫାଇଲ’ ଯାଇ ସିଲେକ୍ଟ କରନ୍ତୁ ଯେଉଁ ଫାଇଲକୁ ପ୍ରସେସ କରିବାକ ଅଛି । ଫାଇଲ ଡକ ରୂପରେ ଲିଷ୍ଟେଡ଼ ହୋଇଯିବ ଯାହାକୁ ହ୍ୱାର୍ଟସଆପ୍ ଜରିଆରେ ପଠା ଯାଇପାରିବ ।

ଏପରି ଦେଖିପାରିବେ ଫାଇଲ 

ଯଦି ଆପଣଙ୍କୁୁ କେହି ‘ସେଣ୍ଡ ଏନି ଫାଇଲ’ ଆପ ସାହାଯ୍ୟରେ ଫାଇଲ ପଠାଇଛନ୍ତି , ତେବେ ଆପଣ ଏହି ଆପ୍ ଜରିଆରେ ଫାଇଲ ଓପନ କରିପାରିବେ । ଫାଇଲ ଏସଡ଼ି କାର୍ଡ଼ ଫୋଲଡ଼ରରେ ଆପେଆପେ ସେଭ୍ ହୋଇଯିବ ।

‘ସେଣ୍ଡ ଏନି ଫାଇଲ’  ଆପ୍ ତିଆରି କରିଥିବା କମ୍ପାନୀର ଦାବି ରହିଛି ଏହାର ଉପଯୋଗ ଯୋଗୁଁ ୟୁଜର ସମସ୍ତ ଇମେଜ୍ ଫର୍ମାଟ ବ୍ୟତୀତ ଅନ୍ୟ ସବୁ ଫର୍ମାଟ ମଧ୍ୟ ପଠାଇ ପାରିବେ । ଏହି ଆପ୍ ବ୍ୟବହାର ଫେସବୁକ୍, ମେସେଞ୍ଜର, ହାଇକ୍ ଓ ଅନ୍ୟ ଚାଟିଂ ଆପକୁ ମଧ୍ୟ କରାଯାଇପାରିବ ।

                                                    ସୌଜନ୍ୟ –ନଇଦୁନିଆ.କମ୍

ଏହାସହ ପଢ଼ନ୍ତୁ –ଆଧାର ସମ୍ପର୍କିତ ୮ଟି ତଥ୍ୟର ସ୍ପଷ୍ଟୀକରଣ ଦେଲେ ମୋଦି ସରକାର ! ୧ ଜୁଲାଇ ପୂର୍ବରୁ ଜାଣିବା ଜରୁରୀ