ଫେସବୁକ୍ ଉପରେ ନାରାଜ ଅମିତାଭ ବଚ୍ଚନ ! ଟ୍ୱିଟରରେ କଲେ ଅଭିଯୋଗ

40

ଫେସବୁକ୍ ଉପରେ ନାରାଜ ଅଛନ୍ତି ବିଗ୍ ବି । ଅମିତାଭ ବଚ୍ଚନ ନିଜର ଫେସବୁକ୍ ଆକାଉଂଟର ସବୁ ଫିଚରର ବ୍ୟବହାର କରିପାରୁ ନାହାନ୍ତି, ସେଥିପାଇଁ ସେ ଏନେଇ ଅଭିଯୋଗ କରିଛନ୍ତି । ଅମିତାଭ ବଚ୍ଚନ ରବବାର ଟ୍ୱିଟରରେ ଲେଖିଛନ୍ତି, ‘ହେଲୋ ଫେସବୁକ’ ଉଠ, ମୋ ଫେସବୁକ ପେଜ୍ ପୁରାପୁରି ରୂପେ ଖୋଲୁ ନାହିଁ । ଅନେକ ଦିନ ହେଲା ମୁଁ ଏପରି ଅସୁବିଧା ଭୋଗୁଛି, ତେଣୁ ମୁଁ ଦୁଃଖିତ । ଅଭିଯୋଗ କରିବା ପାଇଁ ଟ୍ୱିଟର ମାଧ୍ୟମର ଉପଯୋଗ କରିବା ପାଇଁ ପଡ଼ିଲା ବୋଲି ସେ କହିଛନ୍ତି ।

ଅମିତାଭଙ୍କର ଉଭୟ ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକ୍ ଓ ଟ୍ୱିଟରରେ ୨.୭୦ କୋଟି ଫଲୋଅର୍ସ ଅଛନ୍ତି । ଅମିତାଭ ଉଭୟ ପ୍ଲାଟଫର୍ମରେ ବେଶ୍ ଆକ୍ଟିଭ୍ । ଏହାସହ ସେ ଏକ ବ୍ଲଗ୍ ମଧ୍ୟ ଲେଖନ୍ତି । ଏହି ବ୍ଲଗ ସେ ଅନେକ ବର୍ଷ ଧରି ଲେଖି ଆସୁଛନ୍ତି । ଅମିତାଭ ଏବେ ଆମୀର ଖାନଙ୍କ ସହ ମାଲ୍ଟାରେ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

                                                               ସୌଜନ୍ୟ – ଆଜତକ୍

ଏହାସହ ପଢ଼ନ୍ତୁ –ସୋ’ ଛାଡିଲେ ସତ୍ୟଜିତ୍ ! ସାରେଗାମାପା ଲିଟିଲ୍ ଚ୍ୟାମ୍ପରୁ ସ୍ୱଇଚ୍ଛାରେ ଓହରି ଗଲେ ଓଡିଶାର ଗୌରବ