ଡାକ୍ତରଙ୍କ ଘରେ ରେଡ୍ ! ଏସସିବି ହେମାଟୋଲୋଜି ପ୍ରଫେସରଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ

18

କନକ ବ୍ୟୁରୋ: ଡାକ୍ତରଙ୍କ ଘରେ ଭିଜିଲାନ୍ସ । କଟକ ବଡ ମେଡିକାଲ ହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ରବିନ୍ଦ୍ର ଜେନାଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । କଟକର ସରକାରୀ ଘର ସମେତ ପୈତୃକ ବାସଭବନ ଓ ଅନ୍ୟ ୭ଟି ସ୍ଥାନରେ ରେଡ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ, କେନ୍ଦ୍ରପଡା ମହାକାଳପଡା ବିଜୟନଗର ଗାଁରେ ଡାକ୍ତର ପୈତୃକ ବାସଭବନ ସମେତ ଏକକାଳିନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସର ୭ଟି ଟିମ୍ ।

ସୂଚନା ମୁତାବକ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେମାଟୋଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡା. ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସର ୭ଟି ଟିମ୍ ଏକକାଳୀନ ଡା. ଜେନାଙ୍କ କଟକସ୍ଥିତ ସରକାରୀ ବାସଭବନ, ସିଡିଏ, ମହନଦୀ ବିହାର ଘର, ଫ୍ଲାଟ୍ ସହିତ ପୈତୃକ ଘର କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ଘରେ ଚଢ଼ାଉ କରାଯାଇଛି ।

ଏତଦବ୍ୟତୀତ ମଙ୍ଗଳାବାଗ, ରାଣୀହାଟସ୍ଥିତ କ୍ଲିନିକଓ ମେଡିସିନ ହଲ , ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ମଧ୍ୟ ଚଢ଼ାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।