ସୁରରେ ସୁରରେ ଶ୍ରଦ୍ଧାଞ୍ଜଳି : ଗୀତ ଗାଇ ବୀର ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲିଉଡ୍ ଗାୟକ ଏବଂ ଗାୟିକା

47

୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଭାରତମାତାର କୋଳରେ ଜନ୍ମ ନେଇଥିବା ବୀରସୁପୁତ୍ର ଭଗତସିଂହଙ୍କୁ ଆଜିର ଦିନରେ ଫାଶୀ ଦିଆଯାଇଥିଲା । ଭଗତସିଂହଙ୍କ ସହ ତାଙ୍କର ଦୁଇ କ୍ରାନ୍ତିକାରୀ ସାଥି ରାଜଗୁରୁ ଏବଂ ଶୁଖଦେବଙ୍କୁ ମଧ୍ୟ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହି କ୍ରାନ୍ତିକାରୀଙ୍କ ବଳିଦାନକୁ ଆଜିର ଦିନରେ ସହିଦ ଦିବସ ରୂପେ ପାଳନ କରାଯାଏ ।

ସହିଦ ଦିବସ ଅବସରରେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଜି ମ୍ୟୁଜିକ କମ୍ପାନୀ ବଲିଉଡର ପ୍ରସିଦ୍ଧ ଗାୟକ ଏବଂ ଗାୟିକାଙ୍କୁ ନେଇ ସୁର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୀର ଭଗତ ସିଂହ ଗୀତ ଗାଇ ଗାୟକମାନେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି । ଏହି ଗାୟକଙ୍କ ମଧ୍ୟରେ ସୋନୁ ନିଗମ,କୈଳାସ ଖେର,ମିକ୍କା ସିଂହ,ପଲକ ମୁଚ୍ଛଲ,ସାନ,ଅଙ୍କିତ ତିୱାରୀ,ସୋନୁ କକ୍କଡ ଏବଂ କବି ଡ.କୁମାର ବିଶ୍ୱାସ ରହିଛନ୍ତି ।