ସୋସିଆଲ୍ ମିଡିଆରେ ନିଜ ପ୍ରେମକୁ ପ୍ରକାଶ କଲେ ବରୁଣ ଧୱନ ! ବନ୍ଧୁତ୍ୱ ଦିବସ ଅବସରରେ ପ୍ରେମିକାଙ୍କ ସହ ସେୟାର କଲେ ଫଟୋ । 

81

ବଲିଉଡର କୁଲ୍ ହିରୋ ବରୁଣ ଧୱନ ନିକଟରେ ‘ସୁଇ ଧାଗା’ ଫିଲ୍ମର ସୁଟିଂ ଶେଷ କରି ନିଜ ଗର୍ଲଫ୍ରେଣ୍ଡ ନତାଶା ଦଲାଲ ସହ ଲଣ୍ଡନରେ ଛୁଟି କଟାଇବାକୁ ଯାଇଥିଲେ । ଶନିବାର ଦିନ ଉଭୟେ ବରୁଣ ଓ ନତାଶା ଇଣ୍ଡିଆ ଫେରିଛନ୍ତି । ଯଦିଓ କିଛି ଦିନରୁ ଉଭୟଙ୍କ ଭିତରେ ସମ୍ପର୍କ ଏତେଟା ଭଲ ନାହିଁ ବୋଲି ଶୁଣିବାକୁ ମିଳୁ ଥିଲା ହେଲେ ନିଜ ସମ୍ପର୍କକୁ ନେଇ ଦୁହେଁ କେବେ ବି ମୁଁହ ଖୋଲି ନାହାଁନ୍ତି । ନିଜ ଲଭ ଲାଇଫକୁ ନେଇ ସବୁବେଳ ଚୁପ୍ ରହୁଥିବା ବରୁଣ ପ୍ରଥମଥର ପାଇଁ ଇଂଷ୍ଟାଗ୍ରାମରେ ନିଜ ଗର୍ଲଫ୍ରେଣ୍ଡଙ୍କ ଫଟୋକୁ ଶେୟାର କରିଛନ୍ତି । ଅନେକ ପବ୍ଳିକ୍ ଇଭେଣ୍ଟରେ ବରୁଣ ଏବଂ ନତାଶା ଏକାଠି ନଜର ଆସୁଥିଲେ ମଧ୍ୟ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ନିଜ ପ୍ରେମକୁ ଜାହିର କରିଛନ୍ତି ବରୁଣ ।

ବରୁଣ ଧୱନ ରବିବାର ଫ୍ରେଣ୍ଡସିପ ଡେ’ ଅବସରରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନତାଶାଙ୍କ ସହ ଫଟୋ ଶେୟାର କରିଛନ୍ତି । ତାଙ୍କର ଏ ଫଟୋଟି ଲଣ୍ଡନରେ ଉଠାଯାଇଛି । ଏହି ଫଟୋରେ ଉଭୟ କଳା ଚଷମା ସହ ହ୍ୱାଇଟ କଲର ଟି-ସର୍ଟରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ବରୁଣ ଓ ନତାଶାଙ୍କ ଏହି ଅନ୍ଦାଜର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏପରିକି କିଛି ଘଣ୍ଟା ମଧ୍ୟରେ ଏହି ଫଟୋକୁ ୨ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ଲାଇକ୍ ମିଳିସାରିଛି ।

ଏଠାରେ ଆପଣଙ୍କୁ କହି ରଖୁଛୁ ହଲିଡେ’ ରୁ ଫେରିବା ପରେ ବରୁଣ ଏବେ ଫିଲ୍ମ ‘ସୁଇ ଧାଗା’ ପ୍ରମୋଶନରେ ବ୍ୟସ୍ତ ରହିବେ । ଫିଲ୍ମ ‘ସୁଇ-ଧାଗା’ର ଟ୍ରେଲର ଅଗଷ୍ଟରେ ରିଲିଜ ହେବାର ଅଛି । ଫିଲ୍ମ ୨୮ ସେପ୍ଟେମ୍ବରକୁ ରିଲିଜ ହେବ । ଏହି ଫିଲ୍ମରେ ବରୁଣଙ୍କ ସହ ଅନୁଷ୍କା ଶର୍ମା ନଜର ଆସିବେ । ଏହା ସହିତ ବର୍ତ୍ତମାନ ବରୁଣ ଧର୍ମା ପ୍ରଡକ୍ସନର ଫିଲ୍ମ ‘କଳଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର କିଛି ଅଂଶ ସେ ଆଗରୁ ସୁଟିଂ କରି ସାରିଛନ୍ତି ।