କୁଖ୍ୟାତ ସିରିୟଲ୍ କିଲର ସଦାଶିବ ! ଯିଏ କି ଶାନ୍ତିରେ ଶୋଇବା ପାଇଁ ଅନେକ ଲୋକଙ୍କୁ ଅତି ନିର୍ମମ ଭାବେ କରୁଥିଲା ହତ୍ୟା

29

ମାନବୀୟ ଇତିହାସରେ ସିରିୟଲ କିଲିଂ ଭଳି ଘଟଣାମାନ ଖୁବ୍ ପୁରୁଣା । ଆଉ ଏହି ତାଲିକାରେ ସାମିଲ ରହିଛି କୁଖ୍ୟାତ ସିରିୟଲ କିଲର ଠଗ ବହରାମଠାରୁ ଆରମ୍ଭ କରି ନିଠାରୀର ସୁରେନ୍ଦ୍ର କୋଲିର ନାଁ । ତେବେ ଏମାନଙ୍କ ମଧ୍ୟରେ ଅନ୍ୟ ଜଣେ କୁଖ୍ୟାତି ଅପରାଧୀର ନାଁ ମଧ୍ୟ ସାମିଲ ରହିଛି, ଯିଏ କି ଗୋଟିଏ କି ଦୁଇଟି ନୁହଁ ବରଂ ୨୨ଜଣ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ସବୁଠାରୁ ବଡ କଥା ହେଲା କି ଏହି ସବୁ ହତ୍ୟା ପଛରେ ଲୁଚି ରହିଥିଲା ଏକ ବହୁତ ବଡ ଅନ୍ଧ ବିଶ୍ୱାସ ।

ସୂଚନା ମୁତାବକ, ୟୁପିର ଫୁରସତଗଂଜର ବାସିନ୍ଦା ତଥା କୁଖ୍ୟାତ ସିରିୟଲ କିଲର ସଦଶିବ ସାହୁର ଜନ୍ମ ୧୯୪୭ରେ ହୋଇଥିଲା । ଯେତେବେଳେ ଭାରତଙ୍କୁ ସ୍ୱାଧିନତା ମିଳିଥିଲା । ସଦାଶିବ ସାହୁକୁ ୫୭ ବର୍ଷ ବୟସରେ ୨୦୦୪ରେ ପୋଲିସ ଗିରଫ କରିଥିଲା ଆଉ ଏହି ସମୟରେ ହିଁ ସେ ନିଜର ଦୋଷ ସ୍ୱୀକାର କରିଥିଲା ଏବଂ କହିଥିଲା କି, ସେ ନିଜ ହାତରେ ୨୨ଜଣଙ୍କୁ ହତ୍ୟା କରିଛି ।

ଏହି ସମସ୍ତ ହତ୍ୟାକାଣ୍ଡ ସଦାଶିବ ୨୦୦୦ରୁ ୨୦୦୪ ମଧ୍ୟରେ କରିଥିଲା । ସଦାଶିବ କମ୍ ବୟସର ଲୋକଙ୍କୁ ଶିକାର କରୁଥିଲା । ସଦାଶିବ କହିଥିଲା କି, ‘ମୋତେ ସବୁବେଳେ ଏକ ଅଲୌକିକ ଶକ୍ତି ଲୋକମାନଙ୍କୁ ହତ୍ୟା କରିବାକୁ ଉସକାଉଥିଲା ଏବଂ ଏଭଳି କରିବା ଦ୍ୱାରା ମୋତେ ଏକ ଅଦଭୁତ ଶକ୍ତି ମିଳୁଥିଲା । ଲୋକଙ୍କୁ ମାରିବା ପରେ ମୁଁ ଆରାମରେ ଘରକୁ ଆସୁଥିଲି ଆଉ ଶାନ୍ତିରେ ଶୋଇପଡୁଥିଲି’ । ତେବେ ପଡୋଶୀଙ୍କ ସୂଚନା ଅନୁସାରେ, ସିରିୟଲ କିଲର ସଦାଶିବ ସାହୁ ଲୋକଙ୍କ ସହିତ ଖୁବ୍ କମ କଥାବାର୍ତ୍ତା କରୁଥିଲା ଏବଂ ଖାଲି ସମୟରେ ସେ ଅନେକଗୁଡିକ ଧାର୍ମିକ ବହିକୁ ଅତ୍ୟନ୍ତ ଧ୍ୟାନର ସହ ପଢୁଥିଲା ।

ସୌଜନ୍ୟ: ଆଜତକ୍