ଅପରେସନ ‘ଲିଓପାର୍ଡ’ ଆରମ୍ଭ: ବିମାନବନ୍ଦର ପାଖ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ, ଧରିବା ପାଇଁ ଟ୍ରାଙ୍କୁଲାଇଜର ଟିମର ପ୍ରସ୍ତୁତି

105

କନକ ବ୍ୟୁରୋ: ବାଘ ବୁଲୁଛି ରାଜଧାନୀରେ । ବାଘ ଧରିବାକୁ ଆରମ୍ଭ ହୋଇଛି ଅପରେସନ ଲିଓପାର୍ଡ । ନନ୍ଦନକାନନରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ବାଘ ଧରିବାକୁ ଉଦ୍ୟମ କରୁଛନ୍ତି । ଜନ୍ତା ମଧ୍ୟ ଆସିଛି । ଓୟୁଏଟିର ବିଶେଷଜ୍ଞ ଦଳ ବି ଆସିଛନ୍ତି ।

କଲରାପତ୍ରିଆକୁ ସେମାନେ ଟ୍ରାଙ୍କ୍ୟୁଲାଇଜ୍‌ କରି ଧରିବାକୁ ମନସ୍ଥ କରିଛନ୍ତି। ରାତି ଯୋଗୁଁ ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ରେ ଅସୁବିଧା ଥିବାରୁ ଗତରାତିରେ ତାହା ସମ୍ଭବପର ହୋଇ ନ ଥିଲା। ଯଦି ଟ୍ରାଙ୍କ୍ୟୁଲାଇଜ୍‌ ଦ୍ୱାରା ସେ ଜନ୍ତୁଟି ଧରି ନ ହୁଏ ତେବେ ଟ୍ରାପିଙ୍ଗ୍‌ ବା ଜନ୍ତା ଓ ଜାଲ ବସା ଯାଇ ତାହାକୁ ଧରିବାକୁ ଉଦ୍ୟମ କରାଯିବ।

 

ଗତକାଲି ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଂଚଳର ଲୋକ ଆତଙ୍କିତ ହୋଇପଡିଛନ୍ତି । ବାଘ ରହିଥିବା ସ୍ଥାନକୁ ଘେରିରହିଛନ୍ତି ସୁରକ୍ଷାକର୍ମୀ । ବାଘଟି ବିମାନବନ୍ଦର ନିକଟରେ ଥିବା ରିଲାନ୍ସ ଆଭିଏସନ ପାଖ ଜଙ୍ଗଲରେ ଥିବା ନେଇ ଭବନେଶ୍ୱର ରେଂଜ ଇନଚାର୍ଜ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା ସେ କହିଛନ୍ତି । ରା୍ତି ସାରା ସେହି ଅଂଚଳରେ ପାଟ୍ରୋଲିଂ କରିଛି ବନ ବିଭାଗର ଟିମ୍ । ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ରାତିସାରା ଅନିଦ୍ରା ରହି ବାଘ ଖୋଜିଛନ୍ତି । ବନ ବିଭାଗର ୩ଟି ଟିମ୍ ଓ ନନ୍ଦନକାନନର ଗୋଟିଏ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।