ଧ୍ୱଂସ ହେଲା ସୁର ସାମ୍ରାଜ୍ୟ, ଭାଙ୍ଗିଲା ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମ

302

ଧ୍ୱଂସ ହେଲା ସୁର ସାମ୍ରାଜ୍ୟ । ଭାଙ୍ଗିଲା ବିବାଦୀୟ ତ୍ରାହି ଅଚୁ୍ୟତ ଆଶ୍ରମ । ବିବାଦୀୟ ସୁରବାବାଙ୍କ ଆଶ୍ରମ ଉପରେ ଚଢିଲା ବୁଲଡୋଜର । ରହସ୍ୟମୟ ସୁରବାବାଙ୍କ ପୋଥିଗୃହ, ସମେତ ଡାକ୍ତରଖାନା, ପୋଷ୍ଟ ଅଫିସ ଓ ଦୋଳ ମଣ୍ଡପକୁ  ଭଙ୍ଗା ଗଲା । ବିବାଦୀୟ ତ୍ରାହି ଅଚୁ୍ୟତ ଆଶ୍ରମରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି । ବାଲିଅନ୍ତାରେ ୮୫ଡିସିମିଲ୍  ସରକାରୀ ଜମିରେ କେଳେଙ୍କାରୀ ସୁର ବାବା ନିର୍ମାଣ କରିଥିଲେ ତାଙ୍କ ସାମ୍ରାଜ୍ୟ । ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମରେ ଜବରଦଖଲ ଉଚ୍ଚେଦ କରୁଛି ପ୍ରଶାସନ  । ସୁରକ୍ଷା ପାଇଁ ସୁର ଆଶ୍ରମରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ତେବେ ବିଭିନ୍ନ ମାମଲାରେ ସୁର ମିଶ୍ର ଓ ତାଙ୍କ ୨ ପୁଅ ଗିରଫ ହୋଇ ଏବେ ଝାରପଡା ଜେଲରେ ଅଛନ୍ତି ।