ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ଜିଏସଟି ବିଲ୍ ସହ ୪ଟି ବିଲ୍ ଗୃହୀତ ହେବା ସମ୍ଭାବନା

32

କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଏଥିରେ ଜିଏସଟି ବିଲ୍ ଉପରେ ରାଜ୍ୟ ସରକାର ଅନୁମୋଦନ ଦେବାର ସମ୍ଭାବନା ରହିଛି। ଏହାକୁ ଛାଡି ଆଉ ୩ଟି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଚଳିତ ଅଗଷ୍ଟ ମାସରେ ଏହା ତୃତୀୟ କ୍ୟାବିନେଟ । ଗତ ୮ ଓ ୧୨ ତାରିଖରେ ଦୁଇ ଥର କ୍ୟାବିନେଟ ବୈଠକ ବସିଥିଲା । ଷ୍ଟାର୍ଟ ଅପ ଇଣ୍ଡିଆ ଢାଂଚାରେ ରାଜ୍ୟ ସରକାର ଷ୍ଟାର୍ଟ ଅପ ଓଡିଶା କରିବାକୁ ସ୍ଥିର କରିଛନ୍ତି ।

ସେହିପରି ବ୍ରହ୍ମପୁର ନହାନଗର ସମେତ ଆଖପାଖ ୫୪ଟି ଗାଁକୁ ପାନୀୟ ଜଳଯୋଗାଣ ପାଇଁ ୪୫୨ କୋଟି ଟଙ୍କାର ପ୍ରକଳ୍ପ ନିମନ୍ତେ ବ୍ୟୟ ଅଟଳଳ କରାଯାଇଛି । ଏହା ଉପରେ ମଧ୍ୟ କ୍ୟାବିନେଟ ମୋହର ଲାଗିବା ସମ୍ଭାବନା ରହିଛି। ଏହା ଛଡା ଯୋଜନା ଓ ସଂଯୋଜନା ବିଭାଗର ସେବା ନିୟମାବଳୀ ସଂଶୋଧନ ନେଇ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି।