ଆଜି ଦଶହରା : ବିଜୟା ଦଶମୀ ପାଇଁ ମଣ୍ଡପରେ ସ୍ୱତନ୍ତ୍ର ନୀତି

60

କନକ ବ୍ୟୁରୋ : ଆଜି ମହାଦଶମୀ । ମଣ୍ଡପରେ ମା ଦୁର୍ଗାଙ୍କ ମୂଣ୍ମୟୀ ମୂର୍ତୀର ଆରାଧନାର ଆଜି ଶେଷ ଦିନ । ସବୁଠି ଉତ୍ସାହର ମାହୋଲ ।  ବଙ୍ଗୀୟ ଓ ଉତ୍କଳୀୟ ପରମ୍ପରା ଅନୁସାରେ ମାଆଙ୍କ ଚାଲିଛି ପୂଜାର୍ଚ୍ଚନା ।

ସେପଟେ ମାଆଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ରାଜ୍ୟର କେତେକ ଅଂଚଳରେ ବର୍ଷା ଯୋଗୁଁ ଶ୍ରଦ୍ଧାଳୁଙ୍କ ମଉଜ ଫିକା ପଡିଛି । ଆଜି ବର୍ଷା ସମ୍ଭାବନା ଥିଲେ ମଧ୍ୟ ଲୋକେ ଦଶହରାର ଶେଷ ଦିନରେ ମଜା ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତାକାଲି ବହୁ ସ୍ଥାନରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –