ଆଜି ‘ଆଇସ୍ କ୍ରିମ୍ ଦିବସ’ । ସମସ୍ତଙ୍କ ଅତି ପ୍ରିୟ ହୋଇଥାଏ ଆଇସ୍ କ୍ରିମ୍, ଜାଣନ୍ତୁ କେମିତି ହୋଇଥିଲା ଏହାର ଜନ୍ମ ।

78

ଜୁଲାଇ ହେଉଛି ‘ଆଇସ୍ କ୍ରିମ୍ ମାସ’ । ଏବଂ ପ୍ରତିବର୍ଷ ଜୁଲାଇ ୧୯ ତାରିଖରେ ପାଳିତ ଆଇସ୍ କ୍ରିମ୍ ଦିବସ । ତେବେ ଆଇସ୍ କ୍ରିମ୍ ପ୍ରଥମେ କିଏ ବନାଇଥିଲେ ତାହା ସମସ୍ତଙ୍କୁ ଅଜଣା । ରୋମାନ୍ ସମ୍ରାଟ୍ ନିରୋ ବରଫରେ ଫଳ ଓ ମହୁ ଗୋଳାଇ ଖାଉଥିବାର ଉଲ୍ଲେଖ ମିଳେ । ପ୍ରାଚୀନ କାଳରେ ଚାଇନିଜମାନେ ବରଫରେ ଖିର ମିଶାଇ ଏକ ପ୍ରକାର ମିଠା ତିଆରି କରୁଥିଲେ । ମାର୍କୋ ପୋଲୋ ଏ ବାବଦରେ ଲେଖିଯାଇଛନ୍ତି ।

୧୯୦୪ ମସିହାରେ ମିସୋରିରେ ପ୍ରଥମ ଥର ପାଇଁ ଆଇସ୍ କ୍ରିମ୍ କୋନ ତିଆରି ହୋଇଥିଲା । ସୂଚନା ଅନୁଯାୟୀ, ନ୍ୟୁଜିଲାଣ୍ଡରେ ଲୋକମାନେ ସବୁଠାରୁ ଅଧିକ ଆଇସ୍ କ୍ରିମ୍ ଖାଇଥାନ୍ତି । ଆଇସ୍ କ୍ରିମର ଅନେକ ଫ୍ଲେବର ରହିଥାଏ । କିନ୍ତୁ ଏଠାରେ ଭାନିଲା ଆଇସ୍ କ୍ରିମ୍ ସବୁଠାରୁ ଅଧିକ ବିକ୍ରି ହୁଏ । କିନ୍ତୁ ଆପଣ ଜାଣିଛନ୍ତି କି ତରବର ହୋଇ ଆଇସ୍ କ୍ରିମ୍ ଖାଇଲେ ମୁଣ୍ଡ ବିନ୍ଧିଥାଏ । ୨୦୧୫ ମସିହାରେ ନରୱେରେ ଦଶ ଫୁଟ୍ ଉଚ୍ଚତାର କୋନ୍ ଆଇସ୍ କ୍ରିମ୍ ପ୍ରସ୍ତୁତ କରାଯାଇଥିଲା । ତେବେ ଆଧୁନିକ ଆଇସକ୍ରିମ୍ର ଜନ୍ମ ଇଟାଲିରେ ହୋଇଥିଲା । ତାହା ସପ୍ତଦଶ ଶତାବ୍ଦୀର ଘଟଣା ଅଟେ । ୧୭୭୬ ମସିହାରେ ନ୍ୟୁୟର୍କରେ ବିଶ୍ୱର ପ୍ରଥମ ଆଇସକ୍ରିମ୍ ପାର୍ଲର ଖୋଲିଥିଲା । ସେହିପରି ୧୮୫୨ ମସିହାରେ ବିଶ୍ୱର ପ୍ରଥମ ଆଇସ୍ କ୍ରିମ୍ କାରଖାନା ବଲଟିମୁରରେ ଖୋଲିଥିଲା ।