କେଉଁ ସରକାରୀ ଅଧିକାରୀଙ୍କ ଯାଏଁ ଲମ୍ବିଛି ହାତ : ଭିଜିଲାନ୍ସ କରିବ ଖୋଳତାଡ, ଏସଟିଏଫ ଦେଲା ଦସ୍ତାବିତ, କ୍ରିୟାଶୀଳ ହେଲା ଭିଜିଲାନ୍ସ

33

କନକ ବ୍ୟୁରୋ : ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିବା ଗ୍ୟାଙ୍ଗଷ୍ଟାର ଟିଟୋର ଗୋଟିଏ ପରେ ଗୋଟିଏ ଅପରାଧିକ କାଣ୍ଡକୁ ଖୋଳତାଡ କରି ବାହାର କରାଯାଉଥିବା ଦେଖାଯାଉଛି । ପ୍ରଥମେ ଟିଟୋ ଗିରଫ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଅପରାଧିକ କାମରେ ଜଡିତ ଥିବା ସହ ଟେଣ୍ଡର ଫିକ୍ସଂ ଭଳି ଅନେକ ଅପରାଧିକ କାମରେ ଜଡିତ ଥିଲା ସେ । ତେବେ ମଙ୍ଗଳବାର ଦିନଠାରୁ ଟିଟୋସହ ସରକାରୀ ବାବୁଙ୍କ ସମ୍ପୃକ୍ତିର ତଦନ୍ତ କରିବ ଭିଜିଲାନ୍ସ । କାରଣ ସରକାରଙ୍କ ନିର୍ଦ୍ଦେଶ ପରେ ଏସଟିଏଫ ଭିଜିଲାନ୍ସକୁ ସମସ୍ତ କାଗଜ ପତ୍ରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ତେବେ ଟିଟୋ ବିଷୟରେ ଆଜି ପର୍ଯ୍ୟନ୍ତ ଏସଟିଏଫ ଯାହା ତଦନ୍ତ କରିଛି ତାହାର ସମସ୍ତ କାଗଜପତ୍ରକୁ ହସ୍ତାନ୍ତର କରିଛି ।

 

ଏହି ତଦନ୍ତଭାର ଭିଜିଲାନ୍ସ ଗ୍ରହଣ କରିବା ପୂର୍ବରୁ ସର୍ବପ୍ରଥମେ ରେଭିନ୍ୟୁ ଓ ପୋଲିସ ଅଧିକାରୀମାନେ ରହିଥିବା ବେଳେ ଟିଟୋ ସହ କେଉଁ ଅଧିକାରୀମାନେ ସମ୍ପୃକ୍ତ ଥିଲେ ଯେଉଁଥି ଲାଗି ସେ ଏପରି ଅପରାଧିକ ଷଡଯନ୍ତ୍ର କରିବାରେ ସାହାସ କରିପାରୁଥିଲା । କେବଳ ଏତିକି ନୁହେଁ ବରଂ ଟିଟୋ ଗୁରଫ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ପୁଣିଥରେ ଭିଜିଲାନ୍ସ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତାହାର ସମସ୍ତ କଳାକାରନାମାର ଗୁମର ଖୋଲାଯିବା ସହିତ ତାକୁ ଏପରି କରିବାରେ ସମସ୍ତ ପ୍ରକାର ସହଯୋଗ କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ମୁଖା ଖୋଲାଯିବ । ପାଖାପାଖି ୫୦ ଜଣ ସରକାରୀ ଅଫିସରଙ୍କ ଉପରେ ଭିଜିଲାନ୍ସ ନଜର ରଖଥିବା ଜଣାପଡିଛି । ଭିଜିଲାନ୍ସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସରିବା ପରେ ସମସ୍ତ ଘଟଣା ଉପରୁ ପରଦା ଉଠିପାରିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି ।