ଫୋନ୍ ବ୍ୟାଟେରୀ କେବେ ଓ କେତେ ଚାର୍ଜ କରିବା ଜରୁରୀ ଏହାର ସଠିକ୍ ଉପାୟ ଜାଣନ୍ତୁ, ନଚେତ୍ ହୋଇପାରେ ଏହି ଅସୁବିଧା

119

ସ୍ମାର୍ଟଫୋନର ବ୍ୟାଟେରୀ ବିଜ୍ଞାନ ମୁତାବକ, କେବେ ଓ କେମିିତି ଚାର୍ଜ କରିବା ଉଚିତ୍, ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ପ୍ରକୃତରେ ଲୋକଙ୍କ ମନରେ ଏମିତି ଧାରଣା ଅଛି ଯେ, ସ୍ମାର୍ଟଫୋନ୍ ର ବ୍ୟାଟେରୀ ସେତେବେଳେ ଚାର୍ଜ କରିବା ଜରୁରୀ, ଯେତେବେଳେ ତାହା ସମ୍ପୂର୍ଣ୍ଣ ଶେଷ ହେବାକୁ ଥିବ । ବାରମ୍ବାର ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଏ । କିନ୍ତୁ ଏହା ସତ୍ୟ ନୁହେଁ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ସ୍ମାର୍ଟଫୋନ୍ ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁ ତେବେ ଏଥିପାଇଁ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ବ୍ୟାଟେରୀ ୟୁନିଭର୍ସିଟି ମୁତାବକ, ଫୋନ୍ର ବ୍ୟାଟେରୀ ଫୁଲ ଚାର୍ଜ ହେବା ପରେ ତାହାକୁ ଚାର୍ଜିଂ ପଏଣ୍ଟରେ ଲାଗି ରହିବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ୟାଟେରି ଖୁବ୍ ଅଳ୍ପ ଦିନ ଭିତରେ ଖରାପ ହୋଇଯାଇଥାଏ।

ସେହିପରି ଫୋନ୍ର ବ୍ୟାଟେରୀକୁ ଫୁଲ ଚାର୍ଜ କଦାପି କରନ୍ତୁ ନାହିଁ। ବ୍ୟାଟେରୀକୁ ଫୁଲ ଚାର୍ଜ କଲେ ଏହା ଆଗକୁ ଖରାପ ହୋଇଯିବାର ସମ୍ଭାବନା ରହିଛି। ମନେ ରଖନ୍ତୁ ବ୍ୟାଟେରୀକୁ ସର୍ବଦା ୯୦ପ୍ରତିଶତ ପର୍ଯ୍ୟନ୍ତ ହିଁ ଚାର୍ଜ କରନ୍ତୁ। ସେହିପରି ବ୍ୟାଟେରି ୧୦ ପ୍ରତିଶତ ଥିବା ବେଳେ ଚାର୍ଜରେ ବସାନ୍ତୁ। ସବୁବେଳେ ସ୍ମାର୍ଟଫୋନକୁ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ। ସ୍ମାର୍ଟଫୋନରେ କଭର ଲଗାନ୍ତୁ ନାହିଁ। ଯଦି ଫୋନ୍ ଗରମ ହୋଇଯାଏ ଏହାର ସିଧା ପ୍ରଭାବ ବ୍ୟାଟେରୀ ଉପରେ ହିଁ ପଡ଼ିଥାଏ।

ମୋବାଇଲ ଫୋନ୍ ୟୁଏସବି ପୋର୍ଟ ବଦଳରେ ବିଜୁଳି ଦ୍ୱାରା ଶୀଘ୍ର ଚାର୍ଜ ହୋଇଯାଇଥାଏ। ଉଦାହାରଣ ସ୍ୱରୂପ, ଆପଲ୍ ଫୋନ୍ ପାଇଁ କମ୍ପାନୀର ପରାମର୍ଶ ଥାଏ କି ମୋବାଇଲ ଫୋନ୍ ଆଡପ୍ଟର ସହିତ ମିଳିଥିବା ୟୁଏସବି କେବୁଲ ଜରିଆରେ ବିଜୁଳି ପଏଣ୍ଟରୁ ହିଁ ଚାର୍ଜ କରନ୍ତୁ। ସମସ୍ତ ଚାର୍ଜର ଦଖିବାକୁ ଏକା ଭଳି ହୋଇଥିଲେ ହେଁ, ସମସ୍ତଙ୍କ କାମ ଭିନ୍ନ ରହିଥାଏ। ତେଣୁ ସର୍ବଦା ଯେଉଁ କମ୍ପାନିର ଫୋନ୍ ବ୍ୟବହାର କରୁଛନ୍ତି ସେହି କମ୍ପାନିର ହିଁ ଚାର୍ଜର ଜରିଆରେ ଫୋନ୍ ଚାର୍ଜ କରନ୍ତୁ। ଏହା ସୁରକ୍ଷିତ ରହିବା ସହିତ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଚାଲିଥାଏ।