ଏଣିକି ହ୍ୱାଟସଆପ୍ ଓ ଫେସବୁକ୍ ର ବ୍ୟବହାର ଉପରେ ଦେବାକୁ ପଡିବ ଟ୍ୟାକ୍ସ ! ୧ ଜୁଲାଇରୁ ଲାଗୁ ହୋଇଯିବ ଏହି ନିୟମ, ଜାଣନ୍ତୁ କେଉଁଠି

37

ୟୁଗାଣ୍ଡାରେ ବିବାଦୀୟ ଆଇନ୍ ପାସ୍ ହୋଇଛି । ଏହା ଅଧିନରେ ସୋଶିଆଲ ମିଡିଆର ବ୍ୟବହାର ଉପରେ ଲୋକଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଏବେ ସେଠାକାର ନାଗରିକଙ୍କୁ ଫେସବୁକ୍, ହ୍ୱାଟସଆପ୍, ୱାଇବର ଏବଂ ଟ୍ୱିଟର ଭଳି ସୋଶିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ପାଇଁ ପ୍ରତିଦିନ ୩ ଟଙ୍କା ୩୬ ପଇସା ଦେବାକୁ ପଡିବ । ଦେଶର ରାଷ୍ଟ୍ରପତି ୟୋବେରୀ ମୁସେବେନିଙ୍କ କହିବାନୁସାରେ, ସୋଶିଆଲ ମିଡିଆ ଫାଲତୁ କଥାବାର୍ତ୍ତା ଓ ଗୁଜବକୁ ପ୍ରୋସାହିତ କରେ । ଏହି ଆଇନ୍ ଏଥିପାଇଁ ଲାଗୁ କରାଯାଉଛି ଯେ, ସୋଶିଆଲ ମିଡିଆରେ ଗପସପ ଏବଂ ଗୁଜବକୁ ରୋକାଯାଇପାରିବ ।

ୟୁଗାଣ୍ଡା ର ସାଂସଦ ଏହି ଆଇନକୁ ପାରିତ କରିଛନ୍ତି । ଏହି ସୋଶିଆଲ ମିଡିଆକୁ ଉପଯୋଗ କରୁଥିବା ଲୋକଙ୍କ ଉପରେ ପ୍ରତ୍ୟେକ ଦିନ ୨୦୦ ସିଲିଙ୍ଗ(୦.୦୫ ଡଲାର) ଦରରେ ଟ୍ୟାକ୍ସ ଲାଗିବ । ଏହି ଟ୍ୟାକ୍ସ ୧ ଜୁଲାଇରୁ ପ୍ରଭାବକୁ ଆସିବ । ଏହି ଆଇନ୍ ୧ ଜୁଲାଇରୁ ଲାଗୁ ହେବ । ମୋବାଇଲରେ ଟଙ୍କା ନେଣଦେଣରେ ୧ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ସହିତ ଦେଶର ଋଣ ପରିଶୋଧ କରିବାରେ ବି ସହାୟତା ମିଳିବ । ୟୁଗାଣ୍ଡାର ରାଷ୍ଟ୍ରପତିଙ୍କ ହିସାବରେ ଏହି ଟ୍ୟାକ୍ସ ବହୁତ କମ୍ ଓ ଲୋକଙ୍କ ଉପରେ ଏହାର ଭାର ପଡିବନି ।