ତୃତୀୟ ଦିନରେ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା : ମନି ଲଣ୍ଡ୍ରିଂ ମାମଲାରେ ଆରମ୍ଭ ହେବ ପଚରାଉଚରା

60

କନକ ବ୍ୟୁରୋ : ଲଣ୍ଡନରେ ଥିବା ସମ୍ପତି ନେଇ ରବର୍ଟ ଭଦ୍ରା ଆଜି ପୁଣି ଥରେ ଇଡି ଅଧିକାରୀଙ୍କ ସାମ୍ନାରେ ହାଜର ହୋଇଛି । ଆଜି ତୃତୀୟ ଦିନ ପାଇଁ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବେ ରବର୍ଟ ।

ଏହା ପୂର୍ବରୁ ବୁଧବାର ଓ ଗୁରୁବାର ଦୁୁଇ ଦିନ ଧରି ରବର୍ଟ ଭଦ୍ରାଙ୍କୁ ମାରାଥନ ଜେରା କରାଯାଇଥିଲା । ଆବଶ୍ୟକୀୟ କାଗଜ ପତ୍ର ଓ ତଥ୍ୟ ସହ ରବର୍ଟ ଭଦ୍ରାଙ୍କୁ ଜେରା କରିଛନ୍ତି ଇଡି ଅଧିକାରୀ । ବେଆଇନ ଅର୍ଥ କାରବାର ଓ ଲଣ୍ଡନରେ ଥିବା ସମ୍ପତ୍ତି ନେଇ ପଚରାଉଚରା କରୁଛନ୍ତି ଇଡିର ଅଧିକାରୀ । ପୂର୍ବରୁ ଇଡି ଅଫିସରେ ପହଂଚିସାରିଥିଲେ ଭଦ୍ରାଙ୍କ ଓକିଲ । ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ କୋର୍ଟ ରବର୍ଟଙ୍କ ଗିରଫଦାରୀ ଉପରେ ୧୬ ଫେବୃଆରୀ ଯାଏଁ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଇଡି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଡିର ୩ ଜଣ ବରିଷ୍ଠ ଅଧିକାରୀ ଏହି ଜେରାରେ ସାମିଲ ହୋଇଛନ୍ତି ।