ନିଜକୁ ସବୁବେଳେ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ଘରେ ନିତି କରନ୍ତୁ ଏହି ସହଜ ବ୍ୟାୟାମ

129

ଆଜିକାଲି ଆମର ଜୀବନ ଶୈଳୀ ଏତେ ବ୍ୟସ୍ତ ହୋଇଯାଇଛି ଯେ ନିଜ ସ୍ୱାସ୍ଥ୍ୟ ପାଇଁ ବି ସମୟ ବାହାର କରିବାକୁ କାହା ପାଖରେ ସମୟ ନାହିଁ । ବିଶେଷକରି ମହିଳାମାନଙ୍କ ଠାରେ ଏହି ସମସ୍ୟା ବେଶି ମାତ୍ରାରେ ଦେଖିବାକୁ ମିଳେ । ମହିଳାମାନେ ଅଫିସ୍ , ଘର ଓ ପରିବାରର କାମରେ ଏତେ ବ୍ୟସ୍ତ ରହିଥାନ୍ତି ଯେ, ତାଙ୍କୁ ନିଜ ପାଇଁ ସମୟ ମିଳିନଥାଏ । ଏମିତିରେ ତାଙ୍କର ଫିଟନେସ୍ ଓ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡିଥାଏ । ଅଧିକାଂଶ ମହିଳା ନିଜର ଫିଟନେସ୍ ପାଇଁ ଜିମ୍ ଯିବାକୁ ବି ପ୍ରସ୍ତୁତ ହୋଇପାରନ୍ତି ନାହିଁ । କିନ୍ତୁ ଏମିତି କିଛି ଏକ୍ସ୍ସରସାଇଜ୍ ଅଛି , ଯାହାକୁ ଆପଣ କମ୍ ସମୟରେ ଘରେ କରିପାରିବେ । ଏହାଦ୍ୱାରା ଆପଣ ସର୍ବଦା ଫିଟ୍ ମଧ୍ୟ ରହିବେ ଏବଂ ଆପଣଙ୍କୁ ଆଉ ଅଲଗା ଜିମ୍ ଯିବାର ଆବଶ୍ୟକତା ପଡିବନାହିଁ ।

ଡ୍ୟାନ୍ସ ଦ୍ୱାରା ମସ୍ତି କରି ଫିଟନେସର ମଜା ନିଅନ୍ତୁ –
ମହିଳାମାନେ ଡ୍ୟାନ୍ସ କରି ନିଜର ମୋଟାପା କମ୍ କରିପାରିବେ । ଏଥିିପାଇଁ ତାଙ୍କୁ ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ । ଏହା ଏକ ଏମିତି ଏକ୍ସରସାଇଜ୍ ଯେଉଁଥିରେ କିଏ ବି ବୋର୍ ହେବେନାହିଁ । ଆପଣ ମସ୍ତି କରି ଡ୍ୟାନ୍ସ କରନ୍ତୁ । ଏବଂ କେବଳ ଏହା ନୁହେଁ ଆପଣ ଭଲ ଫିଟ୍ ରହିପାରିବେ । ଆପଣ ଏଥିରେ ନିଜର ପସନ୍ଦର ଡ୍ୟାନ୍ସ କରିପାରିବେ । ଯେଉଁଥିରେ ଶରୀରରେ ଅଧିକ ଆକ୍ଟିଭିଟି ହେବ । ଏଥିପାଇଁ ଆପଣ ଜୁମ୍ବା ଡ୍ୟାନ୍ସ , ଭାଙ୍ଗଡା , ବେଲି ଭଳି ଡ୍ୟାନ୍ସ କରିପାରିବେ ।

କିଛି ସମୟ ବୁଲାବୁଲି କରନ୍ତୁ –
ମହିଳାମାନେ ନିଜର ଘର ପାଖରେ କୈଣସି ପାର୍କରେ ପ୍ରତିଦିନ ସକାଳେ ବୁଲାବୁଲି କରିପାରିବେ । ଯଦି ସକାଳ ସମୟ ନମିଳେ ତ ରାତିରେ ଖାଇବା ପରେ ପାଖ ପାର୍କ ବା ବଗିଚାରେ ବୁଲି ପାରିବେ । ଏହା ଜରୁରୀ ନୁହେଁ ଯେ ଏଥିପାଇଁ ଏକ ଘଂଟା ସମୟ ବାହାର କରିବାକୁ ହେବ । ଆପଣ ୨୦ରୁ ୩୦ ମିନିଟ୍ ର ୱାକିଂ ବା ରନିଂ କରିପାରିବେ । ଚାଲିବା ବା ଦୌଡିବା ଦ୍ୱାରା ଆପଣ ପ୍ରତିଦିନ କିଛି କ୍ୟାଲୋରୀ ବର୍ଣ୍ଣ ମଧ୍ୟ କରିପାରିବେ ।

ସ୍କିପିଂ ବି ଏକ ଭଲ ଉପାୟ –
ଯଦି ବାହାର ବାହାରେ କୌଣସି ପାର୍କରେ ବୁଲିବାକୁ ଯାଇପାରୁନାହାଁନ୍ତି ତ ଆପଣଙ୍କ ପାଇଁ ସବୁଠୁ ସହଜ ତରିକା ହେଲା ସ୍କିପିଂ ( ଦଉଡି ଡିଆଁ ) । ଏହାଦ୍ୱାରା ପୁରା ଶରୀରର ଏକ୍ସରସାଇଜ୍ ଏକାସାଥିରେ ହୋଇଯାଏ । ଏବଂ ଖୁବଶୀଘ୍ର ଓଜନ କମିବା ପାଇଁ ଏହି ଏକ୍ସରସାଇଜ ବହୁତ ଫଳପ୍ରଦ ଅଟେ । ସ୍କିପିଂ ଆପଣ ନିଜର ରୁମ ବା ଟେରିସ୍ ରେ ଯାଇ କରିପାରିବେ ।

ଯୋଗ ମଧ୍ୟ ଫିଟ୍ ରଖିବାରେ ସାହାଯ୍ୟ କରିବ –
ଯୋଗକୁ ଅନେକ ହଜାର ବର୍ଷ ପୂର୍ବରୁ ସୁସ୍ଥବାନ ଓ ନିରୋଗୀ ରହିବାର ତରିକା ଭାବେ ନିଆଯାଇଛି । ଆଜି ବି ଦେଶ ଓ ଦୁନିଆରେ ଅନେକ ଲୋକ ଫିଟ୍ ରହିବାକୁ ଯୋଗର ସାହାରା ନେଉଛନ୍ତି । ମହିଳାମାନେ ମଧ୍ୟ ରହେ ବସି ପ୍ରତିଦିନ କିଛି ଯୋଗାସନ କରିପାରିବେ । ଯେଉଁଥିରୁ ସେମାନଙ୍କୁ ଫିଟ୍ ରହିବାକୁ ସାହାଯ୍ୟ ମିଳିବ ଏବଂ ତାଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡିବ । ଯୋଗ କରିବା ଦ୍ୱାରା ପାଚନ କ୍ରିୟା ସକ୍ରିୟ ହୋଇଥାଏ ।

( ସୌଜନ୍ୟ- ଏନଡି ଟିଭି )