ଆସିଗଲା ସୁପର ପାୱାରଫୁଲ ପାୱାର ବ୍ୟାଙ୍କ୍ ! ଆଖି ପିଛୁଳାକେ ଚାର୍ଜ ହେବ ଫୋନ୍

51

ଆସିଗଲା ସୁପର ପାୱାରଫୁଲ ପାୱାରବ୍ୟାଙ୍କ୍ । ଫୋନ୍ ଚାର୍ଜ କରିବା ପାଇଁ ଆଉ ଆପଣଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ । କାରଣ ଇଲେକ୍ଟ୍ରିକ୍ କାର୍ ତିଆରି କରୁଥିବା ପ୍ରସିଦ୍ଧ କମ୍ବାନି ଟେଲ୍ସା ଏକ ନୂଆ ପାୱାରବ୍ୟାଙ୍କ୍ ଆଣିଛି, ଯାହା ବହୁତ ଶକ୍ତିଶାଳୀ । ଏହି ପାୱାରାବ୍ୟାଙ୍କରେ ମୋବାଇଲ ଚାର୍ଜ କରିବାର ତୁରନ୍ତ ପରେ ହିଁ ଚାର୍ଜ ହୋଇଯିବ ଫୋନ୍ । ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ସମତେ ସମସ୍ତ ଫୋନକୁ ଚାର୍ଜ ଏହି ପାୱାରବ୍ୟାଙ୍କରେ ଚାର୍ଜ କରିହେବ । ଏହି ପାୱାରବ୍ୟାଙ୍କର ମୂଲ୍ୟ ୪୫ ଡଲାର ତଥା ପାଖାପାଖି ୨୯୦୦ ଟଙ୍କା ରହିଛି । ଏହି ଟେଲ୍ସା ପାୱାରବ୍ୟାଙ୍କ୍ ସହ ୟୁଏସବି ମାଇକ୍ରୋ, ୟୁଏସବି ଓ ଆପଲ ଲାଇଟିନଙ୍ଗ କନେକ୍ସନ ଆସୁଛି । ଟେଲ୍ସା ପାୱାରବ୍ୟାଙ୍କରେ ୩,୩୫୦ ଏମଏଏଚ୍ କ୍ଷମତା ବିଶିଷ୍ଟ ଏକ ସିଙ୍ଗିଲ ୧୮୬୫୦ର ସେଲ ଦିଆଯାଇଛି । ଯାହା ଟେଲ୍ସାର ମଡ଼େଲ ଏସ୍ ଓ ଏକ୍ସ ଇଲେକକ୍ଟ୍ରିକ କାରେ ମଧ୍ୟରେ ମଧ୍ୟ ଆସେ ।

ସବୁଠାରୁ ଦମଦାର ପାୱାରାବ୍ୟାଙ୍କ୍ –
ଟେକ୍ନିକାଲ ସ୍ପେସିଫିକେସନ ବିଷୟରେ ଆଲୋଚନା କଲେ ଟେଲ୍ସାର ଏହି ପାୱାରବ୍ୟାଙ୍କ୍ ଅନ୍ୟ ସବୁ ପାୱାରାବ୍ୟାଙ୍କ ଠାରୁ ବହୁତ ଭିନ୍ନ । ଏହି ପାୱାରବ୍ୟାଙ୍କ୍ ଖୁବ ଦମଦାର ଏବଂ ବହୁତ ସ୍ଲମି । କମ୍ପାନି ଏହି ପାୱାରବ୍ୟାଙ୍କକୁ ଅନଲାଇନ୍ ବିକ୍ରି ପାଇଁ ଜାରି କରିଛନ୍ତି । ଟେଲ୍ସା ନିଜର ବିଳାଶମୟ ଇଲେକ୍ଟ୍ରିକ କାର ପାଇଁ ପରିଚିତ । ଏହା ବ୍ୟତୀତ ଏହି କମ୍ପାନି ଡେକ୍ସଟପ୍ ସୁପରଚାର୍ଜର ମଧ୍ୟ ତିଆରି କରି ବିକ୍ରି କରୁଛି । ଟେଲ୍ସା ଲୋକଙ୍କୁ ଅନ୍ୟ ସବୁ ଦରକାରକୁ ନଜରରେ ରଖି ବ୍ୟାଟେରୀ ତିଆରି କରି ଯୋଗାଇଥାଏ । କମ୍ପାନୀର ଏହି ପ୍ରକାରର ଏକ ପ୍ରଡ଼କ୍ଟ ଟେଲ୍ସା ପାୱାରବ୍ୟାଙ୍କ ଅଟେ ଯାହା ଘରକୁ ବିଜଳି ପରିବାହନ କରିବାରେ ମଧ୍ୟ ସାହାଯ୍ୟ କରେ । ତେବେ ଏହି ଡିଭାଇସ୍ କୌଣସି ବିପଦ କିମ୍ବା ସଙ୍କଟ ସମୟରେ ବହୁତ ଉପଯୋଗୀ ଅଟେ ।

ସୂଚନାଯୋଗ୍ୟ ମାର୍କେଟରେ ବର୍ତ୍ତମାନ ଅନ୍ୟ କମ୍ପାନୀ ଗୁଡ଼ିକର ମଧ୍ୟ ଦମଦାର ପାୱାରବ୍ୟାଙ୍କ ଉପଲବ୍ଧ ଅଛି । ଏଥିରେ ପାୱାର ବ୍ୟାଙ୍କ୍ ମଧ୍ୟ ସାମିଲ ଅଛି, ଯାହାର କ୍ଷମତା ୧୬,୦୦୦ ଏମଏଏଚ୍ । ଏବଂ ଏହାର ମୂଲ୍ୟ ୨,୪୦୦ ଟଙ୍କା । ଏହି ପାୱାର ବ୍ୟାଙ୍କ୍ ଦ୍ୱାରା ଡିଜିଟାଲ୍ କ୍ୟମାରା, ମିଡ଼ିଆ ପ୍ଲେୟାର, ମୋବାଇଲ୍ ଫୋନ୍ ଓ ଟାବଲେଟ୍ ଆଦି ଚାର୍ଜ ହୋଇପାରିବ । ଏହା ବ୍ୟତୀତ ପାୱାରାବ୍ୟାଙ୍କ୍ ମଧ୍ୟ ଖୁବ ଦମଦାର ରହିଛି । ଏହି ପାୱାରାବ୍ୟାଙ୍କରେ ଆପଣ ଏକାବେଳେ ଦୁଇଟି ଡିଭାଇସ୍ ଚାର୍ଜ କରିପାରିବେ ।