ଜମ୍ମୁ-କଶ୍ମୀର ଅନନ୍ତନାଗରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିପାତ : ଘର ଭିତରେ ଆଉ ୨ଜଣ ଲସ୍କର ଆତଙ୍କି ଲୁଚିଥିବା ଅନୁମାନ

36

କନକ ବ୍ୟୁରୋ : ସେନା ସହ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିପାତ । କାଶ୍ମୀର ଅନନ୍ତନାଗରେ ବର୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଛି । ଏକ ବିଲଡିଂରେ ୩ ଜଣ ଆତଙ୍କବାଦୀ ଥିବା ସୂଚନା ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବାରୁ ଯବାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସେନା ପକ୍ଷରୁ ଏହାର ମୁହଁତୋଡ଼ ଜବାବ୍ ଦିଆଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି । ଗୁଳିବିନିମୟ ଜାରି ଥିବାରୁ ବର୍ତମାନ ଅନନ୍ତନାଗରେ ଇଂଟରସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଅନ୍ୟପଟେ କାଶ୍ମୀର ବାରମୁଳା ଅଂଚଳରେ ଲସ୍କର ଆତଙ୍କବାଦୀ ଜଣେ ବନ କର୍ମଚାରୀଙ୍କୁ ଆଜି ହତ୍ୟା କରିଥିବା ପୁଲିସ୍ କହିଛି ।

soldier
source-http://sambad.in

ସେପଟେ ପୁଣି ଥରେ ସାମ୍ନାକୁ ଆସିଛି ପାକିସ୍ତାନର ଦୋମୁହାଁ ନୀତି । ଗୋଟିଏ ପଟେ ଭାରତ ସହ ଶାନ୍ତି କଥାବାର୍ତା ପାଇଁ ପାକିସ୍ତାନ ସରକାର ବ୍ୟଗ୍ର ଥିବା ଦାବି କରୁଥିବାବେଳେ ଅନ୍ୟପଟେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ଏକାଧିକ ସ୍ଥାନରେ ଗୋଦାମ ନିର୍ମାଣ କରି ଅସ୍ତ୍ରଶସ୍ତ୍ର ସମେତ ଅନ୍ୟ ଆନୁସଙ୍ଗିକ ସାମଗ୍ରୀ ମହଜୁଦ୍ ରଖୁଛି । ସୀମା ଅଂଚଳରେ ଥିବା ସେନାକୁ ଖୁବଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଗି ଏଭଳି ପଦକ୍ଷେପ ନେଉଛି ପାକିସ୍ତାନ । ଭାରତର ସୀମା ସୁରକ୍ଷା ବାହିନୀ ବିଏସଏଫ୍ ଏନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଦାଖଲ କରିଛି । ଏହାକୁ ନେଇ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।