ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ୱାମୀଙ୍କୁ ହାଣିଦେଲେ ଘରଲୋକ ! କିଛିମାସର ଦୁଃଖ ପରେ ଏବେ ଅମୃତାଙ୍କ କୋଳକୁ ଫେରିଆସିଲା ଖୁସି ।

2,019

ତେଲେଙ୍ଗାନାରେ ଅନର୍ କିଲିଙ୍ଗ୍ ର ଏକ ଖବର କିଛି ମାସ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ୨୩ ବର୍ଷୀୟ ପ୍ରଣୟ କୁମାର ଏବଂ ୨୧ ବର୍ଷୀୟା ଅମୃତାଙ୍କ ସ୍କୁଲରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ପ୍ରେମ ଏବଂ ବିବାହର ରୂପ ନେଇଥିଲା  । କିନ୍ତୁ ଜାତିଗତ ଭେଦଭାବକୁ ନେଇ ଏହି ବିବାହକୁ ଅମୃତାଙ୍କ ପରିବାର ତରଫରୁ ସ୍ୱୀକୃତି ମିଳିନଥିଲା । କିନ୍ତୁ ପରିବାର ବିପକ୍ଷରେ ଯାଇ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେଲେ ଏବଂ ୮ ମାସର ବୈବାହିକ ବନ୍ଧନ ପରେ ଅମୃତା ଗର୍ଭବତୀ ହେଲେ ।

କିନ୍ତୁ ଅମୃତାଙ୍କ ବାପା ଏବଂ ଦାଦା ଏହି ବିବାହକୁ ନେଇ ସନ୍ତୁଷ୍ଟ ନଥିବାରୁ ଭଡାଟିଆ ଗୁଣ୍ଡା ଲଗାଇ ଗର୍ଭବତୀ ଥିବା ଅମୃତାଙ୍କ ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଜିଅନ୍ତା ହାଣି ଦେଇଥିଲେ । ଏହି ଘଟଣା ଏକ ଡାକ୍ତରଖାନା ସାମ୍ନାରେ ହୋଇଥିଲା ସେତେବେଳେ ପ୍ରଣୟ ଅମୃତାଙ୍କ ଚେକଅପ୍ ପାଇଁ ଆସିଥିଲେ ଏବଂ ହତ୍ୟାର ସମ୍ପୁର୍ଣ୍ଣ ଭିଡିଓ ସିସିଟିଭିରେ କଏଦ୍ ହୋଇଥିଲା । ସେତେବେଳେ ସୋସିଆଲ୍ ମିଡିଆରେ ଏହି ଖବର ଖୁବ୍ ଭାଇରାଲ୍ ହୋଇଥିଲା । ଲୋକମାନେ ଅମୃତାଙ୍କ ପ୍ରତି ସମ୍ବେଦନଶୀଳ ହେଉଥିବା ବେଳେ ଦୋଷୀକୁ କଠୋର ଦଣ୍ଡ ଦେବାକୁ ମଧ୍ୟ କହିଥିଲେ ।

ଏହି ଘଟଣାର କିଛି ମାସ ପରେ ଅମୃତାଙ୍କ ସନ୍ତାନ ଜନ୍ମ ହୋଇଛି । ବିବାହ ପରେ ତାଙ୍କୁ ପରିବାର ତରଫରୁ ଧମକ ମିଳୁଥିବା ବେଳେ ସେ ରାଜ୍ୟ ପୋଲିସ୍ ଙ୍କୁ ସୁରକ୍ଷା ପାଇଁ ଆବେଦନ କରିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନଥିଲା । ୨୦୧୮ ଜାନୁଆରୀ ୩୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରଣୟ ଏବଂ ଅମୃତାଙ୍କୁ ଦୁଇ ପରିବାର ତରଫରୁ ସ୍ୱୀକୃତିି ନମିଳିଥିଲେ ହେଁ ପରେ ପ୍ରଣୟଙ୍କ ପରିବାର ଏହି ବିବାହକୁ ଆପଣାଇଥିଲେ କିନ୍ତୁ ଅମୃତାଙ୍କ ପରିବାର ତରଫରୁ ଏନେଇ ସ୍ୱୀକୃତିି ମିଳୁନଥିଲା । ଏତେ ମାସ ପରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବାରୁ ଅମୃତା ଜନ୍ମର କିଛି ସମୟ ପରେ ଛୁଆକୁ ଧରି ଏକ ସୁନ୍ଦର ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ପ୍ରଣୟଙ୍କ ଏକ ଫଟୋ ଆଗରେ ଅମୃତା କୋଳରେ ଛୁଆକୁ ଧରି ଠିଆ ହୋଇଛନ୍ତି ।