ଘରକୁ ଫେରିଲେ ଦୟାବେନ ! ତାରକ ମେହେତ୍ତା ଟିମ ମଧ୍ୟରେ ଖୁସିର ଲହରୀ

39

ଦୟାବେନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସବ ଟି.ଭି.ର ଲୋକପ୍ରିୟ କମେଡି ସିରିଏଲ ତାରକ ମେହେତ୍ତା କା ଉଲଟା ଚଷମାରେ ଦୟାବେନ ଚରିତ୍ରରେ ନଜର ଆସୁଥିବା ଦିଶା ପୁନର୍ବାର ସିରିଏଲକୁ ଫେରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି । କିଛି ସମୟ ପାଇଁ ସେ ଛୁଟି ନେଇ ନିଜ ନବଜାତ ଶିଶୁକନ୍ୟାର ଯତ୍ନରେ ବ୍ୟସ୍ତ ଥିଲେ । କିନ୍ତୁ ଏବେ ସେ କାମରେ ଯୋଗ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇସାରିଲେଣି ।

କିଛି ସମୟ ପୂର୍ବରୁ ଗୁଜବ ଉଡୁଥିଲା ଯେ ଦିଶା କାମକୁ ସବୁଦିନ ପାଇଁ ଅଲବିଦା କହୁଛନ୍ତି କିନ୍ତୁ ପୁନର୍ବାର ସେ ଶୋ’କୁ ଆସି ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି । ଦିଶା ନିଜର ଅଭିନୟ ଏବଂ କଥା କୁହା ଢଙ୍ଗରେ ସମସ୍ତଙ୍କୁ ଭରପୂର ମନୋରଞ୍ଜନ ଯୋଗାଉଥିଲେ । ସିରିଏଲରୁ କିଛି ସମୟ ଦୂରେଇ ରହିବା ଫଳରେ ଦର୍ଶକ ଦିଶାଙ୍କୁ ବହୁତ ମିସ କରୁଥିଲେ ଏବଂ ସିରିଏଲ ଟିଆରପି ମଧ୍ୟ କମ ହେବାକୁ ଲାଗିଥିଲା । କିନ୍ତୁ ବର୍ତ୍ତମାନର ଏହି ଖବର ଦର୍ଶକଙ୍କୁ ଧାରାବାହିକ ଦେଖିବାକୁ ବାଧ୍ୟ କରିବ ।

ସୂଚନା ଅନୁସାରେ ୨୦୧୫ ମସିହାରେ ଦିଶା ଚାଟାର୍ଡ ଆକାଉଣ୍ଟାଣ୍ଟ ମୟୁର ପାଣ୍ଡିୟାଙ୍କୁ ବିବାହ କରିଥିଲେ ଏବଂ ଗତବର୍ଷ ନଭେମ୍ବରରେ ସେ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ଏହି ସିରିଏଲରେ ସେ ଜେଠାଲାଲଙ୍କ ପତ୍ନୀ ଦୟାବେନ ଚରିତ୍ରରେ ନଜର ଆସୁଛନ୍ତି । ନିଜର ଅସଲି କଥାକୁହା ଷ୍ଟାଇଲକୁ ବଦଳାଇ ଛୋଟପିଲାଙ୍କ ପରି କହିବା ଅନ୍ଦାଜକୁ ନେଇ ସେ ବେଶ ଲୋକପ୍ରିୟ । ବର୍ତ୍ତମାନ ଶୋ’ରେ ଜେଠାଲାଲ ଏବଂ ଦୟାବେନଙ୍କ ମଧ୍ୟରେ ପୂର୍ବ ପ୍ରେମ ଏବଂ ମସ୍ତିକୁ ମନେ ପକାଉଥିବା ଦୃଶ୍ୟ ଦେଖାଯାଇ ଦିଶାଙ୍କୁ କମବ୍ୟାକ କରାଯିବ ।