ଟାଇମ୍ସର ମୋଷ୍ଟ ଡିଜାୟରେବଲ୍ ୱିମେନ୍ ଲିଷ୍ଟରେ ଓଡିଆ ଝିଅ : ସୁଶ୍ରୀ ଦେଶର ସୁନ୍ଦରୀ ନମ୍ବର ୧୪

146

ସମ୍ବଲପୁର୍ ବ୍ୟୁରୋ,କନକ ନ୍ୟୁଜ୍ : ଟାଇମ୍ସର ମୋଷ୍ଟ ଡିଜାୟରେବଲ୍ ୨୦୧୫- ୱିମେନ୍ ଲିଷ୍ଟରେ ଓଡିଆ ସୁନ୍ଦରୀ । ସମ୍ବଲପୁରର ସୁନ୍ଦରୀ ସୁଶ୍ରୀ ଶ୍ରେୟା ମିଶ୍ର ହୋଇଛନ୍ତି ଦେଶର ୧୪ତମ ସୁନ୍ଦରୀ । ପୁଣି ଥରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର । ବଲିଉଡ ଷ୍ଟାର ପ୍ରିୟଙ୍କା, ଦିପିକାଙ୍କ ସହ ଗୋଟିଏ ଲିଷ୍ଟରେ ରହିଛି ସୁଶ୍ରୀଙ୍କ ନାଁ । ଏହି ତାଲିକାରେ ଦେଶର ୫୦ ଜଣ ଡିଜାୟରବେଲ୍ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନଙ୍କୁ ଭୋଟିଂ ସହ ଅନଲାଇନ୍ ଭୋଟରେ ଲୋକମାନେ ସିଲେକ୍ଟ କରିଛନ୍ତି । ତେବେ ଏହି ଲିଷ୍ଟରେ ଅନେକଙ୍କୁ ପଛରେ ପକାଇ ସୁଶ୍ରୀ ହାସଲ କରିଛନ୍ତି ୧୪ ତମ ସ୍ଥାନ । ସୁଶ୍ରୀଙ୍କ ପ୍ରତିଭା ଓ ତାଙ୍କ ବ୍ୟକ୍ତିତ୍ୱକୁ ପସନ୍ଦ କରିଛନ୍ତି ଦେଶବାସୀ । ଯାହା ତାଙ୍କୁ ୧୪ ତମ ସ୍ଥାନରେ ପହଂଚାଇଛି । ଏନେଇ ସୁଶ୍ରୀ ମଧ୍ୟ ଖୁସି ଥିବା କହିଛନ୍ତି । ତେବେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ପ୍ରିୟଙ୍କା ଚୋପଡା ରହିଥିବାବେଳେ, ଦ୍ୱିତୀୟରେ ଦିପିକା ପାଦୁକୋନ ରହିଛନ୍ତି । ସମ୍ବଲପୁରର ଏହି ଲଳନା ଆଜି ଅନ୍ତର୍ଜାତୀୟ ଚେହେରା ପାଲଟିଯାଇଛନ୍ତି । ତେବେ ସୁଶ୍ରୀଙ୍କର ଏହି ସଫଳତାରେ ତାଙ୍କର ହାତ ବାରିଶି ସାଜିଥିଲା ପ୍ରତିଭା ଓ ଦୃଢ ମନୋବଳ ।