ଭାଇରାଲ ଫଟୋକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପ୍ରତିକ୍ରିୟା ! କହିଲେ, ଡାଇବେଟିସ ରୋଗୀ ସେଥିପାଇଁ…

57

କନକ ବ୍ୟୁରୋ : ସୋସିଆଲ ମିଡିଆରେ ସୂର୍ଯ୍ୟ ପାତ୍ରଙ୍କ ଫଟୋ ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । କହିଛନ୍ତି ଦୀର୍ଘ ୩୦ବର୍ଷ ହେଲା ସେ ଡାଇବେଟିସ ରୋଗୀ । ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ସମୟରେ ରାସ୍ତାରେ କେଉଁଠି ଟଏଲେଟ ନଥିବାରୁ ରାସ୍ତା କଡରେ ପରିସ୍ରା କରିବାକୁ ବାଧ୍ୟହେଲେ ।

vlcsnap-2018-01-02-19h56m47s615ମନ୍ତ୍ରୀ କହିଛନ୍ତି ତାଙ୍କୁ ଦୀର୍ଘ ୩୦ ବର୍ଷ ହେଲା ଡାଇବେଟିସ । ମଧୁମେହ ରୋଗର ଲକ୍ଷଣ ଅନୁସାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଆଉ ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ରାସ୍ତାରେ କେଉଁଠି ଶୌଚାଳୟ ନଥିବାରୁ ରାସ୍ତା କଡରେ ପରିସ୍ରା କରିବାକୁ ବାଧ୍ୟ ହେଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଅଭିଯୋଗ ବ୍ରହ୍ମପୁରରୁ ଆସିବାବେଳେ ରାସ୍ତାରେ କେଉଁଠି ଶୌଚାଳୟ ନଥିଲା । ହେଲେ ସରକାରୀ ତଥ୍ୟ କହୁଛି ଭିନ୍ନ କଥା । ରାଜ୍ୟରେ ଆବଶ୍ୟକରୁ ଅଧିକ ଶୌଚାଳୟ ଥିବା କହିଛନ୍ତି ରାଜ୍ୟ ସରକାର ।

– ୨୦୧୫-୧୬ ସୁଦ୍ଧା ରାଜ୍ୟର ୨୦ଟି ଜିଲ୍ଲାରେ ୧୦୦% ଅଧିକ ଶୌଚଳାୟ ତିଆରି ହୋଇଛି
– ସେହିପରି ଅନ୍ୟ ୧୦ଟି ଜିଲ୍ଲାରେ ୯୦% ଶୌଚାଳୟ ତିଆରି କରିଛନ୍ତି ରାଜ୍ୟ ସରକାର
– ଏହିସବୁ ଜିଲ୍ଲାରେ ୨୦୧୫-୧୬ ସୁଦ୍ଧା ୧୨ ଲକ୍ଷ ଶୌଚାଳୟ ତିଆରି କରିବାକୁ ଲକ୍ଷ୍ୟ ଥିଲା
– ହେଲେ ସରକାର ୧୩ ଲକ୍ଷ ୨୯ ହଜାର ୯୩୨ଟି ଶୌଚାଳୟ ପ୍ରତିଷ୍ଠା କରିଛନ୍ତି
– ଯାହା ନିର୍ଦ୍ଧାରିତ ଲକ୍ଷ୍ୟର ୧୧୧% ବୋଲି ଓଡିଶା ସରକାର ଦାବି କରୁଛନ୍ତି

downloadଯଦି ସରକାରଙ୍କ ଏହି ତଥ୍ୟ ଠିକ ତାହାହେଲେ ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ବାଟରେ କେଉଁଠି ଶୌଚାଳୟ ନାହିଁ ବୋଲି ମନ୍ତ୍ରୀ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ମିଛ । ଆମ ଭିତରୁ ଅନେକ ଅଭ୍ୟାସ ବସତଃ ଶୌଚାଳୟକୁ ନଯାଇ ବାହାରେ ମଳ, ମୂତ୍ର ତ୍ୟାଗ କରିବାକୁ ପସନ୍ଦ କରିଥାଉ । ଯାହା ବିରୋଧରେ କେନ୍ଦ୍ରରେ ମୋଦି ସରକାର ଏତେବଡ ଅଭିଯାନ ଚଳାଇଛନ୍ତି । ବାହାରେ ମଳ ମୁତ୍ର ତ୍ୟାଗ ନ କରିବାକୁ ସ୍ୱଚ୍ଚ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏତେପରେ ମଧ୍ୟ ଫଳ ଶୂନ । ମନ୍ତ୍ରୀ ପଦରେ ଥାଇ ସୂର୍ଯ୍ୟପାତ୍ର ଏଭଳି ବାହାରେ ପରିଶ୍ରା କରିବାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂହ ହୁଅନ୍ତୁ ବା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପରିବର୍ତେ ଏହାର ଉଦ୍ଦେଶ୍ୟକୁ ହାଲୁକା ଭାବେ ନେବା ନିଶ୍ଚିତ ଚିନ୍ତାର ବିଷୟ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ସ୍ୱଚ୍ଛ ଭାରତ ଅଭିଯାନକୁ ଶକ୍ତ ଧକ୍କା ।