ନୀଳ ଦରିଆରେ ଢେଉ ସହ ଖେଳ : ଚନ୍ଦ୍ରଭାଗାରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ସର୍ଫିଙ୍ଗ୍ ଫେଷ୍ଟିଭାଲ

37

କୋଣାର୍କ : ନୀଳ ଜଳରାଶିରେ ଢେଉ ସହ ଖେଳ । କୋଣାର୍କ ନିକଟ ଚନ୍ଦ୍ରଭାଗାରେ ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ସର୍ଫିଙ୍ଗ୍ ଫେଷ୍ଟିଭାଲ । ପ୍ରତିଯୋଗୀତାରେ ଦେଶ ବିଦେଶର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆଜିଠାରୁ ସମୁଦ୍ର ବେଳାଭୂମୀ ରାମଚଣ୍ଡି ମୁହାଣରେ ଏହି ସର୍ଫିଙ୍ଗ୍ ଫେଷ୍ଟିଭାଲ କରାଯିବ ।

ଋଷିଆ, ସ୍ପେନ୍, କଲମ୍ବୋ, ଆର୍ଜେଂଟିନା, ୟୁକେ, ଫିଲିପାଇନ୍ସ, ଫ୍ରାନ୍ସ, ଜର୍ମାନୀ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ସମେତ ଭାରତର ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଓଡିଶା ସମେତ ମଣିପୁର, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇର ପୁଣେର ପ୍ରତିଯୋଗୀ ସର୍ଫିଙ୍ଗ୍ ଫେଷ୍ଟିଭାଲର ମଜା ଉଠାଉଛନ୍ତି ।